ବୈଜୟନ୍ତଙ୍କ ମୁହଁରେ ବିଜୁଙ୍କ ମାଡ ତତ୍ତ୍ୱ ! ତୃତୀୟ ମହଲାର ଅଫିସରଙ୍କୁ କଲେ ଟାର୍ଗେଟ

28

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ଆଜି ଅତି କଡା ଆଭ୍ୟମୁଖ୍ୟ ରଖିଛନ୍ତି । ତୃତୀୟ ମହଲାର ନିଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ କରି ପରୋକ୍ଷରେ ବିଜୁଙ୍କ ମାଡ ତତ୍ୱ ବି ମନେପକାଇ ଦେଇଛନ୍ତି । ଆଜି ମାହାଙ୍ଗା ନିଶ୍ଚିନ୍ତିକୋଇଲିରେ ପାଣିଟାଙ୍କି ଉଦ୍ଦଘାଟନ ପରେ ଏଭଳି କଡା ଭାଷାରେ ମନ୍ତବ୍ୟ ରଖିଛନ୍ତି ବୈଜୟନ୍ତ । ସେପଟେ ବିଜେଡି କହିଛି ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସ୍ୱରରେ କଥା ହେଉଛନ୍ତି । ଏହାର ଅର୍ଥ କଣ ତାହା ନିଜେ ବୁଝିବାକୁ ବିଜେଡି ମୁଖପାତ୍ର ସାମ୍ବାଦିକଙ୍କୁ କହିଛନ୍ତି ।

vlcsnap-2018-01-11-20h38m22s280ବହୁ ବାଦବିବାଦ ପରେ ଆଜି ସାଲେପୁର ନିଶ୍ଚିନ୍ତ କୋଇଲିରେ ପାଣିଟାଙ୍କି ଉଦଘାଟନ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଆଜି ନିଶ୍ଚିନ୍ତ କୋଇଲିରେ ପାଣି ଟାଙ୍କି ଉଦଘାଟନ ସମୟରେ ବିଭେଡିର କର୍ମୀ ମାନେ କୌଣସି ବାଧା ଦେଇ ନଥିଲେ ଏବଂ ସାଂସଦ ସିଧା ସିଧା ପାଣି ଟାଙ୍କି ଉଦଘାଟନ କରିଥିଲେ । କିନ୍ତୁ ପାଣିଟାଙ୍କି ଉଦଘାଟନ ପରେ ତୃତୀୟ ମହଲାର ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ବିଜୁ ତତ୍ତ୍ୱ କଥା ବି ମନେ ପକାଇ ଦେଇଛନ୍ତି । ବିଜୁ ବାବୁ କହିଥିଲେ ଯେଉଁ ଅଫିସର କାମ କରୁନାହିଁ ତାକୁ ମାଡ଼ ମାର । ଆଉ ପରୋକ୍ଷରେ ବୈଜୟନ୍ତ ଏଭଳି ଇସାରା କରିବାକୁ ପଛାଇ ନାହାଁନ୍ତି । ଏହାସହ ବୈଜୟନ୍ତ କହିଛନ୍ତି କିଛି ଅଫିସର ଏବେ ନିଜ ଲକ୍ଷ୍ମଣ ରେଖା ଡେଇଁ ଦଳୀୟ କାର୍ଯ୍ୟକ୍ରମରେ ମୁଣ୍ଡ ପୂରାଉଛନ୍ତି । ସେହିଭଳି ନେତାଙ୍କୁ ସମ୍ମାନ ଦେବା ଆବଶ୍ୟକ ନାହିଁ । ତେବେ ବୈଜୟନ୍ତ ଏଭଳି କହି ବିଜେଡିକୁ ଅଡୁଆରେ ପକାଇଛନ୍ତି ।

ତେବେ ବୈଜୟନ୍ତଙ୍କ ଏଭଳି ବୟାନକୁ ଭିନ୍ନ ଦୃଷ୍ଟିରେ ଦେଖୁଛି ବିଜେଡି । ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଦେବ ବି ଆଶଙ୍କା କରୁଛନ୍ତି ବିଜେପିରେ ଯୋଗ ଦେବାକୁ ଚାହୁଁଛନ୍ତି ବୈଜୟନ୍ତ । ସେଥିପାଇଁ ଏଭଳି ଯୁକ୍ତି ରଖିଛନ୍ତି ସାଂସଦ । କାରଣ ଅଫିସର ମାନେ ରାଜନୀତି କରୁଛନ୍ତି ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହୁଥିଲେ ଏବେ ବୈଜୟନ୍ତ କହୁଛନ୍ତି । ତେଣୁ ଦୁଇଜଣଙ୍କର ଏବେ ଗୋଟିଏ ସ୍ୱର ହୋଇଯାଇଛି । ବୈଜୟନ୍ତଙ୍କ ଏହି ବୟାନ ପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଛି । ଏନେଇ ପ୍ରତାପ ଦେବ କହିଛନ୍ତି, ବୈଜୟନ୍ତ ବିଜେପିରେ ମିଶିବେ କି ନାହିଁ ସେଇଟା ସେ କହିବେ । କିନ୍ତୁ ଯେହେତୁ ନିର୍ବାଚନ ପାଖେଇ ଆସିଲାଣି ତେଣୁ ଏଭଳି ବୟାନ ଆହୁରି ଦେଖିବାକୁ ମିଳିବ । ତେବେ ଆଗକୁ କେନ୍ଦ୍ରାପଡା ରାଜନୀତିରେ କଣ ହେବ ତାକୁ ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ତେବେ ବୈଜୟନ୍ତଙ୍କ ଏହି ବୟାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ରାଜନୀତିକୁ ଆହୁରି ଉଷ୍ମ କରିଛି । ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ୍ କରିବା ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବୟାନ ରଖି କହିଛନ୍ତି-ଯିଏ ବିଜେପିର ନୀତି ଆଦର୍ଶରେ ଆସ୍ଥା ପ୍ରକଟ କରୁଛି, ସେ ଯିଏ ବି ହେଉ ତାଙ୍କୁ ଦଳ ସ୍ୱାଗତ କରିବ ।