କୋର୍ଟ ବାହାରେ ହେବ କି ଅଯୋଧ୍ୟ ବିବାଦର ସମାଧାନ? ଆଜି ଆପୋଷ ସମାଧାନ ଲାଗି ଅଯୋଧ୍ୟା ଯିବେ ଶ୍ରୀଶ୍ରୀ ରବିଶଙ୍କର

43

କନକ ବ୍ୟୁରୋ : ଅଯୋଧ୍ୟା ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ଏପଟେ କୋର୍ଟ ବାହାରେ ମାମଲାର ଆପୋଷ ସମାଧାନ ପାଇଁ ଅଂଟା ଭିଡିଛନ୍ତି ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର । ଏହି କ୍ରମରେ ସେ ଆଜି ଅଯୋଧ୍ୟା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଯୋଧ୍ୟା ଗସ୍ତ ପୂର୍ବରୁ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ରବିଶଙ୍କର ଭେଟିଥିବା ସୂଚନା ମିଳିଛି । କିଛି ଦିନ ତଳେ ଅଯୋଧ୍ୟା ସ୍ଥିତ ହନୁମାନ ଗଙ୍ଗୀରେ ଶିଆ ମୁସଲିମ ୱାର୍କଫ ବୋର୍ଡ ଓ ନିର୍ମୋଇ ଆଖାଡର ସନ୍ଥଙ୍କୁ ଭେଟିଥିଲେ ରବିଶଙ୍କର ।

ବୈଠକରେ ବିବାଦକୁ ନେଇ ସକାରାତ୍ମକ ଆଲୋଚନା ହୋଇଥିବା ସେ ସୂଚନା ଦେଇଥିଲେ । ଅନ୍ୟପଟେ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୫ରେ କରିବେ ସୁପ୍ରିମକୋର୍ଟ । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉଭୟ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥି ଭୂମିକା ତୁଳାଇ ବିବାଦର ସମାଧାନ ପାଇଁ ଆଗେଇ ଆସିଛନ୍ତି । ରବି ଶଙ୍କରଙ୍କୁ ଭାରତର ବହୁ ଲୋକ ସମ୍ମାନ ଜଣାଉଥିବାରୁ ଉଭୟ ପକ୍ଷର ସହମତି ଓ ଆଲୋଚାନ ଜରିଆରେ ଦୀର୍ଘଦିନରୁ ଲାଗି ରହିଥିବା ଅଯୋଧ୍ୟା ବିବାଦ ତୁଟିବା ସମ୍ଭାବନା ରହିଛି ।