ଭାରତରେ ଚାଲିଛି ଦାଉଦ ଇବ୍ରାହିମର ନେଟଓ୍ଵର୍କ ! ବହୁ ରାଜନେତା, ବ୍ୟବସାୟୀ ସଂପୃକ୍ତ

36

କନକ ବ୍ୟୁରୋ : ମାଫିଆ ଡନ ଦାଉଦ ଇବ୍ରାହିମ ନାଁରେ ଧମକ ଦେଇ ଅର୍ଥ ଶୋଷଣ କରୁଥିବା ଅଭିଯୋଗରେ ନିକଟରେ ଦାଉଦ ଇବ୍ରାହିମର ଭାଇ ଇକବାଲ କସର ଗିରଫ ହୋଇଥିବାବେଳେ ଗତକାଲି ତାର ଦୁଇ ସହଯୋଗୀଙ୍କୁ ଥାନେ ପୁଲିସ ଗିରଫ କରିଛି ।

ଏହି ଅଭିଯୁକ୍ତମାନେ ୨୦୧୩ରୁ ଥାନେର ଜଣେ ବିଲଡରଙ୍କୁ ଅର୍ଥ ଶୋଷଣ କରିଆସିଥିଲେ । ତାଙ୍କଠାରୁ ସେମାନେ ୫କୋଟି ଟଙ୍କାର ୪ଟି ଫ୍ଲାଟ ଓ ୩୦ ଲକ୍ଷ ଟଙ୍କା ଆଦାୟ କରିବା ପରେ ମଧ୍ୟ ଅଧିକ ଅର୍ଥ ପାଇବାକୁ ଧମକଚମକ ଦେଇଆସିଥିଲେ । ଏହି ମାମଲାରେ ପୁଲିସ ଦାଉଦର ଭଉଣୀ ହାସିନା ପାରକରଙ୍କ ସମ୍ପର୍କୀୟ ଇକବାଲ ପାରକର ଓ ଡ୍ରଗ ଡିଲର ମହମ୍ମଦ ୟାସିନ ଖ୍ଵାଜା ହୁସେନକୁ ଗିରଫ କରିଛନ୍ତି ।

ଏହି ଘଟଣାରେ ଦାଉଦ ଇବ୍ରାହିମର ସଂପୃକ୍ତି ନେଇ ପୁଲିସ ତଦନ୍ତ ଚଳାଇଛି । ଦାଉଦ ମୁମ୍ବାଇ ବିସ୍ଫୋରଣ ପରେ ଭାରତରୁ ପଳାୟନ କରି ପାକିସ୍ତାନରେ ଆଶ୍ରୟ ନେଇଥିଲେ ମଧ୍ୟ ଏବେବି ଭାରତରେ ତା ନେଟଓ୍ଵର୍କ କାମ କରୁଥିବା ପୁଲିସ ସନ୍ଦେହ କରୁଛି । ସୋମବାର ଦିନ ଦାଉଦର ଭାଇ ଇକବାଲ କସର ହୋଟେଲରେ ବିରିୟାନି ଖାଇ ଟିଭିରେ କୌନ ବନେଗା କୋରଡ଼ପତି ଦେଖୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା । ଏହି ଘଟଣାର ତଦନ୍ତ କରି ଏଥିରେ ବହୁ ରାଜନୈତିକମାଫିଆ ଡନ ଦାଉଦ ଇବ୍ରାହିମ ନାଁରେ ଧମକ ଦେଇ ଅର୍ଥ ଶୋଷଣ କରୁଥିବା ଅଭିଯୋଗରେ ସୋମବାର ଦାଉଦ ଇବ୍ରାହିମର ଭାଇ ଇକବାଲ କସର ଗିରଫ ହୋଇଥିବାବେଳେ ଗତକାଲି ତାର ଦୁଇ ସହଯୋଗୀଙ୍କୁ ଥାନେ ପୁଲିସ ଗିରଫ କରିଛି।

ଏହି ଅଭିଯୁକ୍ତମାନେ ୨୦୧୩ରୁ ଥାନେର ଜଣେ ବିଲଡରଙ୍କୁ ଅର୍ଥ ଶୋଷଣ କରିଆସିଥିଲେ । ତାଙ୍କଠାରୁ ସେମାନେ ୫କୋଟି ଟଙ୍କାର ୪ଟି ଫ୍ଲାଟ ଓ ୩୦ ଲକ୍ଷ ଟଙ୍କା ଆଦାୟ କରିବା ପରେ ମଧ୍ୟ ଅଧିକ ଅର୍ଥ ପାଇବାକୁ ଧମକଚମକ ଦେଇଆସିଥିଲେ । ଏହି ମାମଲାରେ ପୁଲିସ ଦାଉଦର ଭଉଣୀ ହାସିନା ପାରକରଙ୍କ ସମ୍ପର୍କୀୟ ଇକବାଲ ପାରକର ଓ ଡ୍ରଗ ଡିଲର ମହମ୍ମଦ ୟାସିନ ଖ୍ଵାଜା ହୁସେନକୁ ଗିରଫ କରିଛନ୍ତି ।

ଏହି ଘଟଣାରେ ଦାଉଦ ଇବ୍ରାହିମର ସଂପୃକ୍ତି ନେଇ ପୁଲିସ ତଦନ୍ତ ଚଳାଇଛି । ଦାଉଦ ମୁମ୍ବାଇ ବିସ୍ଫୋରଣ ପରେ ଭାରତରୁ ପଳାୟନ କରି ପାକିସ୍ତାନରେ ଆଶ୍ରୟ ନେଇଥିଲେ ମଧ୍ୟ ଏବେବି ଭାରତରେ ତା ନେଟଓ୍ଵର୍କ କାମ କରୁଥିବା ପୁଲିସ ସନ୍ଦେହ କରୁଛି । ସୋମବାର ଦାଉଦର ଭାଇ ଇକବାଲ କସର ହୋଟେଲରେ ବିରିୟାନି ଖାଇ ଟିଭିରେ କୌନ ବନେଗା କୋରଡ଼ପତି ଦେଖୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା ।