କାଲିଠାରୁ ଆରମ୍ଭ ହେବ ନିଶାମୁକ୍ତ ଓଡ଼ିଶା ଅଭିଯାନ : ବିଜୁ ଯୁବ ବାହିନୀର ସଙ୍କଳ୍ପ ‘ନିଶାମୁକ୍ତ ଓଡ଼ିଶା’

81

କନକ ବ୍ୟୁରୋ : ନିଶା ସେବନ ଏକ ଗୁରୁତର ସାମାଜିକ ବ୍ୟାଧି । ଆଜିକାଲି ନିଶା ସେବନ, ଧୂମପାନ ଏବଂ ହୁକ୍କା ବାର ଯିବା ଯୁବପୀଢିଙ୍କ ପାଇଁ ଆଭିଜାତ୍ୟରେ ପରିଣତ ହେଲାଣି। ଆଉ ଏଥିପାଇଁ ଯୁବପୀଢ଼ି ବିଭିନ୍ନ ସାଂଘାତିକ। ବର୍ତ୍ତମାନ ଅଳ୍ପ ବୟସର କିଶୋରୀ କିଶୋରମାନେ ଅଧିକ ପରିମାଣରେ ଧୂମପାନ କରୁଥିବା ଦେଖିବାକୁ ମିଳୁଛି। ପ୍ରଥମେ କୌତୂହଳୀ ହୋଇ ଧୂମପାନ ଆରମ୍ଭ କରୁ କରୁ ଆଉ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଉଛି । ତେବେ ଏଥିପାଇଁ ସଚେତନତା ଜରୁରୀ ।

ଗାଁଠୁ ସହର ପର‌୍ୟ୍ୟନ୍ତ ଦେଶୀ, ବିଦେଶୀ ମଦ କାରବାର ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମାଜିକ ସଙ୍ଗଠନ ନିଶାମୁକ୍ତ ଅଭିଯାନ ଚଳାଇଛନ୍ତି। ଆସନ୍ତାକାଲି ପବିତ୍ର ପବିତ୍ର ଗାନ୍ଧୀ ଜୟନ୍ତୀ । ଆଉ ଏହି ଅବସରରେ ବିଜୁ ଯୁବ ବାହିନୀ ନିଶାମୁକ୍ତ ଅଭିଯାନ ଆରମ୍ଭ କରବା ପାଇଁ ଯାଉଛନ୍ତି । ଜନସଚେତନା ପାଇଁ ରାଜ୍ୟ ସ୍ତରରେ ଏହି ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛନ୍ତି ବିଜୁ ଯୁବ ବାହିନୀ ।

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏହି ଅଭିଯାନ ଆରମ୍ଭ କରାଯିବ । ଜିଲ୍ଲା ଓ ବ୍ଲକ ସ୍ତରୀୟ କୋଡ଼ିନେଟର ମାନଙ୍କ ନେତୃତ୍ୱରେ ଆରମ୍ଭ ହେବ ଅଭିଯାନ । ଗତକାଲି ସକାଳ ୯.୩୦ରେ ବିଜୁ ଯୁବ ବାହହୀନି ଏକାଠି ହେବେ । ୧୦.୩୦ରେ ସ୍ୱାଗତ ପର୍ବ ଅନୁଷ୍ଠିତ ହେବ । ୧୦.୪୫ ରେ ଗଣମାନ୍ୟ ବ୍ୟକ୍ତିମାନେ ତାଙ୍କ ବକ୍ତବ୍ୟ ରଖିବେ । ଏବଂ ୧୦.୫୫ ବେଳକୁ ମୁଖ୍ୟମନ୍ତ୍ରୀ ଅଡ଼ିଓ , ଭିଡ଼ିଓ  ମେସେଜ ଜରିଆରେ ଲୋକଙ୍କ ସହ ଯୋଡ଼ିହେବେ ଓ ନିଶାମୁକ୍ତ ଓଡ଼ିଶା ପାଇଁ ସଚେତନ କରିବେ । ଆଉ ତା’ପରେ ୧୧ରେ ବିଜୁ ଯୁବ ବାହିନୀ ନିଶାମୁକ୍ତ ଓଡ଼ିଶା ପାଇଁ ଶପଥ ଗ୍ରହଣ କରିବେ । ଆଉ ତା’ପରେ ୧୧.୧୫ରେ ଏକ ରାଲି ପାଇଁ ପତାକା ଖୋଯିବ ।

image courtesy – www.outlookindia.com

କେଉଁ ଶୈଳୀରେ ଶପଥ ଗ୍ରହଣ କରିବେ ବିଜୁ ଯୁବ ବାହିନୀ ?
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଯୁବ ବାହିନୀର ଜଣେ ଦାୟିତ୍ୱବାନ୍ ସଦସ୍ୟ ରୂପେ ଶପଥ ନେବେ ବିଜୁ ଯୁବ ବାହିନୀ । ଆଜୀବନ ନିଶାଠାରୁ ଦୂରେଇ ରହିବାପାଇଁ ଶପଥ କରିବେ । ଘର ପରିବାର ଓ ପଡ଼ିଶା ଲୋକଙ୍କୁ ମଧ୍ୟ ଏଥିରୁ ଦୂରେଇ ରଖିବେ । ନିଶା ସେବନ ସମ୍ମନ୍ଧରେ ସମସ୍ତଙ୍କୁ ସଚେତନ କରାବା ସହ ନିଶା ସେବନରୁ ଲୋକଙ୍କୁ ବିରତ କରାଇବା ପାଇଁ ନିରନ୍ତର ଚେଷ୍ଟା କରିିବି ବୋଲି ଶପଥ ନେବେ । ନିଶାମୁକ୍ତ ଓ ସୁସ୍ଥ ସମାଜ ପାଇଁ ସଙ୍କଳ୍ପବଧ ରହିବେ ବିଜୁ ଯୁବ ବାହିନୀ ।