ଦିବ୍ୟାଙ୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ବଡ଼ ପରଦା ପାଇଁ ଷ୍ଟାର୍ ଖୋଜୁଛନ୍ତି ସବ୍ୟସାଚୀ, ଦିବ୍ୟାଙ୍ଗଙ୍କ ପାଇଁ ଚାଲିଛି ଅଡ଼ିସନ୍ । ଜାଣନ୍ତୁ କେଉଁଠି ।

ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ ହେବ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ।

92

କନକ ବୁ୍ୟରୋ: ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ପରଦାରେ ଅଭିନୟ କରିବାର ଏକ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ ହେବ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା । ଯାହାର ନାଁ ‘ମୁଁ ବି ହେବି ସେଲିବ୍ରିଟି’ । ଯାହାର ଅର୍ଥ ଦିବ୍ୟାଙ୍ଗ ମାନେ ନିଜକୁ କାହାଠୁ କମ୍ ନ ଭାବି ବଡ଼ ପରଦାରେ ନିଜର କଳାକୁ ପରିବେଷଣ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ଯଦି ଆପଣଙ୍କ ଭିତରେ ଏକ କଳାକାର ଅଛି ତେବେ ସବ୍ୟସାଚୀଙ୍କ ନୂଆ ସିନେମା ଆପଣଙ୍କ ଦେବ ସେହି ସୁଯୋଗ । କାରଣ ଆପଣଙ୍କ ଦୃଢ଼ ମନୋବଳ ଓ ଇଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନିବ । ତେଣୁ ଦିବ୍ୟାଙ୍କ ପାଇଁ ଆସନ୍ତା ୧୩ ତାରିଖ ଦିନ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡ଼ିଟୋରିୟମ ଠାରେ ଅନୁଷ୍ଠିତ ହେବ ‘ମୁଁ ବି ହେବି ସେଲିବ୍ରିଟି ପ୍ରତିଯୋଗିତା’ ।

ତେବେ ଯଦି କେହି ଦିବ୍ୟାଙ୍ଗ ପ୍ରତିଭା ଆପଣଙ୍କ ନଜରେ ଥାନ୍ତି ତେବେ ତାଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ଉଠାଇବା ପାଇଁ ଅବଗଗତ କରାନ୍ତୁ । କାରଣ ଓଡଲିଉଡ଼ ଜଗତର ସୁପରଷ୍ଟାର ସବ୍ୟସାଚୀଙ୍କ ଆଗାମୀ ସିନେମାରେ ଅଭିନୟ କରି ବଡ଼ ପରଦାରେ ଆସିବାର ସୁଯୋଗ ପାଇପାରିବେ । ଅଧିକ ଜାଣିବା ପାଇଁ ଆପଣମାନେ ୯୪୩୮୨୮୨୯୬୮ ନମ୍ବରେ ଯୋଗଯୋଗ କରି ପାରିବେ ବୋଲି ଆୟୋଜକ ଜଣାଇଛନ୍ତି ।