ରାଜଧାନୀ ଭୁବନେଶ୍ୱରରେ ଏଟିଏମ୍ ଖୋଲିବାରେ ବିଳମ୍ବ : ବିଭିନ୍ନ କାଉଁଂଟରରେ ଝୁଲୁଛି ତାଲା,ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରା ଦେଶରେ ଆଜି ଏଟିଏମ୍ ଖୋଲୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏଟିଏମ ଖୋଲିବାରେ ବିଳମ୍ବ ହୋଇଛି । ଭୁବନେଶ୍ୱରର ଅନେକ ଏଟିଏମ୍ ବନ୍ଦ ରହିଛି । ସେପଟେ କେତେକ ଜାଗାରେ କାଉଂଟର ଖୋଲା ଥିଲେ ମଧ୍ୟ ଆଉଟ ଅଫ୍ ସର୍ଭିସ ଯୋଗୁଁ ଲୋକେ ଟଂକା ଉଠାଇ ପାରିନାହାନ୍ତି ।

୫ଶହ ଓ ୧ହଜାର ଟଙ୍କା ନୋଟ୍ ବ୍ୟାନ ହେବା ପରେ ଦୁଇ ଦିନ ଧରି ଏଟିଏମ୍ ବନ୍ଦ ରହିଥିଲା । ଆଜି ଏଟିଏମ୍ ଖୋଲାଯିବାର ଘୋଷଣା ହୋଇଥିବାବେଳେ କାଂଉଟର ଗୁଡିକର ଅଚଳାବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ସକାଳୁ ସକାଳୁ ଅନେକ ଗ୍ରାହକ ଏଟିଏମ୍ କାଉଂଟର ସମ୍ମୁଖରେ ଭିଡ ଲଗାଇଥିଲେ ମଧ୍ୟ ଟଙ୍କା ପାଇନପାରିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।