ଆଠଗଡ: ହାତୀ ଆକ୍ରମଣ ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀଙ୍କ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

16

କନକ ବ୍ୟୁରୋ : ଆଠଗଡରେ ହାତୀ ଆକ୍ରମଣରେ ବ୍ରାହ୍ମଣବସ୍ତ ଗାଁର ଜଣେ ଗୁରୁତର ଆହତ ହୋଇଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଗତକାଲି ପ୍ରଶାନ୍ତ ଖଟୁଆ ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଭାବେ ପ୍ରଶାନ୍ତଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି ।