କନ୍ଦାଇଲା ଆଠମଲ୍ଲିକର ଆର୍ତଚିତ୍କାର : ମୃତ୍ୟୁର ଫାଶରେ ଛନ୍ଦି ହେଲା ୧୯ ଜୀବନ

29

vlcsnap-2016-09-09-19h49m55s871କନକ ବ୍ୟୁରୋ : ଏକ ଘରୋଇ ପାସେଂଜର ବସରେ ଏହି ଯାତ୍ରା ପାଲଟିଗଲା ମହାଯାତ୍ରା । କେହି କେବେ କଳ୍ପନା କରିନଥିଲେ ଏଭଳି ଏକ ଦୁର୍ଘଟଣା ଏତେ ଜଣଙ୍କର ପ୍ରାଣ ନେଇଯିବ । ଆଉ ମାତ୍ର ୧୦ ମିନିଟରେ ବସ୍ ପହଁଚିଥାନ୍ତା ଆଠମଲ୍ଲିକରେ । ଆଉ ସମସ୍ତେ ନିଜ ନିଜ ଘରକୁ ଯାଇଥାନ୍ତେ । କିନ୍ତୁ ମାତ୍ର ୭ କିଲୋମିଟର ପୂର୍ବରୁ ଘଟିଗଲା ଏହି ଅଘଟଣ । ମାଣତ୍ରିପୋଲର ବାଡ ଭାଂଗି ପ୍ରାୟ ୫୦ ଫୁଟ ତଳକୁ ଖସିପଡିଲା ବସ୍ ।

ସମୟ ପ୍ରାୟ ସକାଳ ସାଢେ ୯ଟା । ପୋଲ ବାଡରେ ବସ୍ ପିଟି ହେବାପରେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଚିତ୍କାର କରି ଉଠିଲେ। କେହି କିଛି ଭାବିବା ପୂର୍ବରୁ କାଳଗର୍ଭରେ ଖସିପଡିଲା ବସ୍ । ଘଟଣା ଘଟିବାର ପରେ ପରେ ସ୍ଥାନୀୟ ଅଂଚଳର ଲୋକେ ଦଉଡି ଆସିଲେ । ତୁରନ୍ତ ଲାଗିପଡିଲେ ଉଦ୍ଧାର କାର୍ଯ୍ୟରେ । କାରଣ ସମସ୍ତେ ପ୍ରାଣ ବିକଳରେ ଚିତ୍କାର କରୁଥାଆନ୍ତି । କେହି କେହି ଆଉ ପାଟି ଖୋଲିବା ଅବସ୍ଥାରେ ନଥାନ୍ତି । ପୁରା ପରିବେଶ କାନ୍ଦୁଥାଏ ।

vlcsnap-2016-09-09-19h53m22s631ଚାରିଆଡେ ରକ୍ତର ଛିଟା । ପାରୁପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଚେଷ୍ଟା କରି କିଛି ଆହତଙ୍କୁ ନିକଟସ୍ଥ ଆଠମଲ୍ଲିକ ହସ୍ପିଟାଲକୁ ନେଇଗଲେ । ଚାହୁଁ ଚାହୁ ଖବର ଜଙ୍ଗଲର ନିଆଁ ପରି ବ୍ୟାପିଗଲା । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ତତ୍ପର ହୋଇଉଠିଲା ପ୍ରଶାସନର କଳ । ଆହତ ମାନଙ୍କୁ କିପରି ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ସେ ନେଇ ବ୍ୟବସ୍ଥା କରାଗଲା ।

କିନ୍ତୁ ସେତେବେଳକୁ ୧୪ ଜଣଙ୍କ ଜୀବନଦୀପ ଲିଭିଯାଇଥିଲା । ଚାରିଆଡେ ଆର୍ତଚିତ୍କାର ଭିତରେ ଏମାନେ ଚୁପ୍ ହୋଇଯାଇଥିଲେ । ୪ଜଣ କଲେଜ୍ ଛାତ୍ରଛାତ୍ରୀ ବି ତା ଭିତରେ ସଂପୂର୍ଣ୍ଣ ନୀରବ ହୋଇଯାଇଥିଲେ । ମହାରାଜା ବସରେ ଏହିଯାତ୍ରା ମହାଯାତ୍ରା ପାଲଟିଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –