ଅଦ୍ଭୁତ ଅଟଳ । ଏମିତି ଏକ ସ୍ଥାନ ଯେଉଁଠାରେ ଭାରତରତ୍ନ ବାଜପେୟୀଙ୍କ ନାମରେ ରହିଛି ମନ୍ଦିର

72

ଆମ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଛନ୍ତି ଭାରତରତ୍ନ ପ୍ରାପ୍ତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । କିନ୍ତୁ ସେ ଏମିତି ଏକ ନେତାଥିଲେ ତାଙ୍କୁ ବିରୋଧୀମାନେ ବି ଦେଉଥିଲେ ସମ୍ମାନ । ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ ଅନେକ ଦେଶ ମର୍ମାହତ ହୋଇପଡିଛି । କିନ୍ତୁ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଏହି ମହାନ ଜନନାୟକ ନେତାଙ୍କ ପାଇଁ ନିର୍ମାଣ ହୋଇଛି ମନ୍ଦିର । ଯେଉଁଥିରେ ବାଜପେୟୀଙ୍କ ଫଟୋ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି ।

ଯିଏ ବନ୍ଧୁତ୍ୱକୁ ବଢ଼ାଇବା ପାଇଁ କେବେ ଶତ୍ରୁ ଦେଶକୁ ବସରେ ଯାତ୍ରା କରିଥିଲେ । ତାଙ୍କୁ ଲୋକମାନେ ଆଜି ମନ୍ଦିରରେ ଭଗବାନଙ୍କ ସ୍ଥାନରେ ପୂଜା କରୁଛନ୍ତି । ଗ୍ୱାଲିୟର ହେଉଛି ଏଭଳି ଏକ ସ୍ଥାନ ଯେଉଁଠାରେ ରହିଛି ସ୍ୱର୍ଗତ ବାଜେପେୟୀଙ୍କ ନାମରେ ଅଟଳ ମନ୍ଦିର । ତେବେ ସ୍ୱର୍ଗତ ବାଜପେୟୀଙ୍କ ଜନ୍ମ ସ୍ଥାନ ହେଉଛି ଗ୍ୱାଲିୟର । ଯେଉଁଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍କୁଲ ଜୀବନ କଟିଥିଲା । ନିଜର ପିତାମାତାଙ୍କ ସହିତ ସିନେ୍ଧର ଛାଟନି ଅଂଚଳରେ ବସବାସ କରୁଥିଲେ । ଗ୍ୱାଲିୟରର ଜନତା ନିଜର ପ୍ରିୟନେତା ଅଟଳ ବିହାରୀ ବାଜପେୟୀଙ୍କୁ କେତେ ଶ୍ରଦ୍ଧା ଓ ସ୍ନେହ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଏଠାରେ ଥିବା ଅଟଳ ମନ୍ଦିର । ଯେଉଁଥିରେ ଅଟଳଙ୍କ ଫଟୋକୁ ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି । ସତ୍ୟନାରାୟଣ ଟେକରି ନିକଟରେ ଥିବା ଏହିମନ୍ଦିରରେ ସକାଳ ଓ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ହୋଇଥାଏ । ଏହା ହେଉଛି ଭାରତର ପ୍ରଥମ ଏମିତି ଏକ ନେତା ଯାହାଙ୍କ ନାମରେ ରହିଛି ଅଟଳ ମନ୍ଦିର । ସମସ୍ତଙ୍କୁ ଛାଡି ପଞ୍ଚଭୂତରେ ବିଲୀନ ହୋଇଥିବା ଅଟଳଙ୍କ ପାଇଁ ଆଗ ଅପେକ୍ଷା ଏବେ ଅଧିକ ଭିଡ ଜମୁଛି ।

ସୂଚନା ମୁତାବକ ଗ୍ୟାଲିୟରର ଗଳିକନ୍ଦିରେ ଅଟଳଙ୍କ ସ୍ମୃତି ସାଇତା ହୋଇ ରହିଛି । ସେଥିମଧ୍ୟରୁ ଗ୍ୟାଲିୟରର ଗୋରଖି ସ୍କୁଲ ମଧ୍ୟ ଅନ୍ୟତମ । ଏଠାରେ ଏମଇ ସ୍କୁଲରୁ ହିଁ ପିଲା ଦିନୁ ପାଠ ପଢ଼ିଥିଲେ ଅଟଳ ଜୀ । ଏହି ସ୍କୁଲରେ ଅଟଳଙ୍କ ଷଷ୍ଠ ଶ୍ରେଣୀର ନାମ ଲେଖା ରେଜିଷ୍ଟରକୁ ଆଜିବି ସେଠାରେ ସାଇତି ରଖାଯାଇଛି । ଅଟଳବିହାରୀଙ୍କ ବିୟୋଗରେ ଏହି ସ୍କୁଲରେ ସାଇତି ରଖିଥବା ସ୍ମୃତି ଗୁଡିକ ଲୁହରେ ଭିଜିଯାଇଛି । ସ୍କୁଲ ଶିକ୍ଷକ ଓ ବିଦ୍ୟାର୍ଥୀ ଅଟଳଙ୍କ ସ୍ମୃତିକୁ ଧରି ତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ।