ଆଜି ହରିଦ୍ୱାରରେ ଦିବଂଗତ ନେତା ବାଜପେୟୀଙ୍କ ଅସ୍ଥି ବିସର୍ଜନ: ଯୋଗ ଦେବେ ବହୁ ନେତା ଓ ଜନତା

52

କନକ ବ୍ୟୁରୋ: ଆଜି ହରିଦ୍ୱାରରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ହେବ । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ୟୁପିର ସମସ୍ତ ନଦୀରେ ଅସ୍ଥି ବିସର୍ଜନ ପାଇଁ ଯୋଗୀ ଆଦିତ୍ୟନାଥ କହିଥିଲେ । ସେହିପରି ଉତରପ୍ରଦେଶର ୪ଟି ସ୍ଥାନରେ ବାଜପେୟୀଙ୍କ ସ୍ମାରକ ପୀଠ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଅସ୍ଥି ବିସର୍ଜନ ନେଇ ଜିଲ୍ଲା ବିଜେପିର କର୍ମକର୍ତାଙ୍କ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।