ଥାନା ଆଗରେ ମହାଭାରତ

29

ଅସ୍ତରଙ୍ଗ: ଅସ୍ତରଙ୍ଗ ପାତଳଦା ଗାଁରେ ଦଳିତ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତାତିଲେ ଲୋକେ ।  ଥାନା ଗ୍ରୀଲ ଭାଙ୍ଗି ପଶିଲେ ଆନ୍ଦୋଳନକାରୀ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଦଳିତ ବିକାଶ ମଂଚର ଥାନା ଘେରାଉ ବେଳେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପରକୁ ଆନ୍ଦୋଳନକାରୀ ମାନେ ଟେକାମାଡ କରିଥିବା ଜଣାପଡିଛି । ଏଥିରେ ନିମାପଡା ଡିଏସପିଙ୍କ ସମେତ ୪ ପୁଲିସ କର୍ମୀ ଆହତ ହୋଇଛନ୍ତି । ଥାନା ପରିସରରେ ପ୍ରବଳ ଉତେଜନା ଜାରି ରହିଛି । ଅଭିଯୁକ୍ତକୁ ଗିରଫ, କାର୍ଯ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ଗିରଫ ଏବଂ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଅଂଚଳର ଥାନା ଘେରାଉ କରିଛନ୍ତି ।