ବିଧାନସଭା ମୈାସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ଶାସକ,ବିରୋଧୀ ମୁହାଁମୁହିଁ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଶାସକ ଦଳର ବିଧାୟକମାନେ ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗକୁ ଢାଲ କରିଛନ୍ତି । ଆଜି ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିବା ପରେ ରାଜଭବନକୁ ଯାଇଛନ୍ତି ବିଜେଡି ବିଧାୟକ । ବିଧାନସଭା ପରିସରରୁ ଏକ ରାଲିରେ ବାହାରି ବିଜେଡି ବିଧାୟକମାନେ ରାଜଭବନ ସମ୍ମୁଖରେ ପହଂଚିଛନ୍ତି । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧୀ ନାରାବାଜି ଦେଇଛନ୍ତି ଶାସକ ଦଳର ବିଧାୟକ । ମହାନଦୀ ଓ ପୋଲଭରମ୍ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବେ ବିଜେଡି ବିଧାୟକ ।