୨୦୧୭ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ! ମାଲକାନଗିରି ଜିଲ୍ଲାରେ ପହଁଚିଲା ମାସ୍କଟ ରାଲି

30

କନକ ବ୍ୟୁରୋ: ୨୦୧୭ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ମାସ୍କଟ ପହଁଚିଛି ମାଲକାନଗିରି ଜିଲ୍ଲାରେ । ସଦର ମହକୁମାରେ ମାସ୍କଟକୁ ଭବ୍ୟ ସ୍ୱାଗତ କରାଯାଇ ବିରାଟ ଶୋଭାଯାତ୍ରାରେ ବୁଲାଇଛନ୍ତି ଜିଲ୍ଲା ପ୍ରାଶସନ । ମାସ୍କଟ ଶୋଭାଯାତ୍ରାରେ ମାଲକାନଗିରି ଜିଲ୍ଲାପାଳ, ପି.ଡି. ଡିଆରଡିଏ ଓ ବିଧାୟକ ମାନସ ମାଡକାମୀଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଆଗାମି ଜୁଲାଇ ୬ ତାରିଖଠାରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କ୍ରୀଡାର ମହାକୁମ୍ଭ ଆୟୋଜନ ହେବ । ଏଥିପାଇଁ ଏହାର ପ୍ରଚାର ଉଦ୍ଦେଶ୍ୟରେ ସମଗ୍ର ଓଡିଶା ବୁଲୁଛି ଏହି ମାସ୍କଟ ।