ମାନିଲାରେ ଆସିଆନ୍ ସମ୍ମିଳନୀ ଆରମ୍ଭ ! ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି, ସାକ୍ଷାତ ଉପରେ ଅନ୍ତର୍ଜାତୀୟ ସମୁଦାୟର ନଜର

26

କନକ ବ୍ୟୁରୋ : ଫିଲପାଇନସର ରାଜଧାନୀ ମାନିଲାରେ ଆଜିଠାରୁ ଆସିଆନର ୩୧ତମ ସମ୍ମିଳନୀ ଆରମ୍ଭ ହୋଇଛି । ଆସିଆନସ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ୧୦ ଦେଶ ସାମିଲ ହୋଇଛନ୍ତି । ଆମେରିକା, ଜାପାନ ଓ ଋଷର ରାଷ୍ଟ୍ରପତି ବି ଏଥିରେ ସାମିଲ ହୋଇଛନ୍ତି । ଆସିଆନରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆଜି ଆସିଆନକୁ ସମ୍ବୋଧିତ କରିବେ । ଏହାଛଡା ଦିନ ଗୋଟାଏରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ରୁ ୪୦ ମିନିଟ କଥାବାର୍ତା ହେବା ସମ୍ଭାବନା ରହିଛି । ଏଥିରେ ବିଭିନ୍ନ ସ୍ତରରେ ଅନ୍ତର୍ଜାତୀୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ । ଅପରାହ୍ନରେ ମାନିଲାରେ ଥିବା ଭାରତୀୟ ସମୁଦାୟକୁ ବି ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । କାଲି ରାତ୍ରୀଭୋଜନ ବେଳେ ମୋଦି-ଟ୍ରମ୍ପ ସାକ୍ଷାତ ହୋଇଥିଲା ।

ଆଜି ମାନିଲାରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ରୁ ୪୦ ମିନିଟ ଯାଏଁ ଭୋଟଘାଟ ହେବା କାର୍ଯ୍ୟକ୍ରମ ରହିଛି । ଗତ ୫ ମାସ ମଧ୍ୟରେ ଏହି ଦୁଇନେତାଙ୍କ ସାକ୍ଷାତ ହେବ ଦ୍ୱିତୀୟ ସାକ୍ଷାତ । ଏହାପୂର୍ବରୁ ୱାଂଟିଶନରେ ଦୁଇନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ମୋଦି ହ୍ୱାଇଟ ହାଉସରେ ପ୍ରାୟ ୪ ଘଂଟା ରହିଥିଲେ । ଉଭୟ ନେତାଙ୍କ ସାକ୍ଷାତଙ୍କୁ ଏଥିପାଇଁ ବି ଗୁରୁତ୍ୱ ଦିଆଯାଉଛି ଯେ, ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକାର ଦକ୍ଷିଣ ଏସିଆ ନୀତିରେ ପରିବର୍ତନ ହୋଇଛି । କିଛି ଦିନ ତଳେ ମୋଦିଙ୍କୁ ବି ପ୍ରଂଶସା କରିଛନ୍ତି ଟ୍ରମ୍ପ । ଚୀନର ଡୋକଲାମ ନୀତି ପରିପ୍ରେକ୍ଷୀରେ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି । ଉଭୟ ନେତାଙ୍କ ସାକ୍ଷାତରେ ଡରିଯାଇଛି ଚୀନ ।