ଅସନା ଟାୟାରରୁ ସୁନ୍ଦର ବେଡ୍ ! ଗଳିକନ୍ଦିରେ ପଡିଥିବା ଅବ୍ୟବହୃତ ଟାୟାରକୁ ବ୍ୟବହାର କରି ସୁନ୍ଦର ଖଟ ପ୍ରସ୍ତୁତ କରୁଛନ୍ତି ଏହି ଯୁବ କଳାକାର ।

304

ବ୍ରାଜିଲର ଜଣେ ଯୁବ କଳାକାର ଏମରିଲ୍ଡୋ ସିଲ୍ୱା ଏଭଳି କିଛି କାମ କରନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ପଶୁଙ୍କ ପାଇଁ ଖଟ ପ୍ରସ୍ତୁତ କରନ୍ତି । ଏବେ ଆପଣ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଥା କ’ଣ? ଏ କୌଣସି ମାମୁଲି ଖଟ ନୁହେଁ ଆଜ୍ଞା ଏ ହେଉଛି କାମରେ ଆସୁନଥିବା ଟାୟାର୍ । ଦେଢବର୍ଷରୁ ସେ ରାସ୍ତାରେ ଫୋପାଡୁଥିବା ବେକାର ଟାୟାରକୁ ଗୋଟାଇ ଏହି ଖଟ ପ୍ରସ୍ତୁତ କରୁଛନ୍ତି । ସେ ଏହି ବେକାର ଟାୟାରରୁ ଆରାମଦାୟକ ଖଟ ପ୍ରସ୍ତୁତ କରୁଛନ୍ତି ଏବଂ ଏଥିପାଇଁ ତାଙ୍କୁ ଲୋକଙ୍କ ଠାରୁ ସମର୍ଥନ ମଧ୍ୟ ମିଳୁଛି । ୨ ବର୍ଷ ପୂର୍ବରୁ ଅବ୍ୟବହୃତ ଟାୟାରକୁ ବ୍ୟବହାର ଉପଯୋଗୀ କରି ଟଙ୍କା ରୋଜଗାର କରିବା ପାଇଁ ସେ ଏହି କାମ ଆରମ୍ଭ କରିଥିଲେ ।

ଅବ୍ୟବହୃତ ଦ୍ରବ୍ୟରୁ କିଛି ନୂତନ ପ୍ରସ୍ତୁତ କରିବା ଦ୍ୱାରା ନା କେବଳ ପରିବେଶ ସ୍ୱଚ୍ଛ ହେଲା ବରଂ ସେ ଟଙ୍କା ମଧ୍ୟ ରୋଜଗାର କରିପାରିଲେ । ଏମରିଲ୍ଡୋ ପ୍ରଥମେ ବୁଲାକୁକୁର ଏହି ଟାୟାରକୁ ବ୍ୟବହାର କରୁଥିବା ଦେଖିଥିଲେ । ସହରର ଅନେକ ସ୍ଥାନରେ ଏଭଳି ଟାୟାର ଠାଏଁ ଠାଏଁ ପଡିଥିବାରୁ ସେ ଏଥିରୁ କିଛି ଘରକୁ ଆଣି ଏଭଳି ଚିତ୍ତାକର୍ଷକ ଟାୟାର୍ ବେଡ୍ ପ୍ରସ୍ତୁତ କରିଥିଲେ । ପୁରୁଣା ଟାୟାରକୁ ଘରକୁ ଆଣି ସେ ପ୍ରଥମେ ଏହାକୁ ଭଲଭାବେ ଧୂଅନ୍ତି,କାଟନ୍ତି ଏବଂ ପରେ ଏହାକୁ ରଙ୍ଗ ଦେଇ ଏକ ସୁନ୍ଦର ବେଡ୍ ପ୍ରସ୍ତୁତ କରିଥାନ୍ତି ।