ଯୁଦ୍ଧ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରି ଅଡୁଆରେ ଇଂଜିନିୟର, ମିଳିଲା ଧମକ !

217

ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲାରେ କଥିତ ରୂପେ ଜଣେ ଇଂଜିନିୟର ଯୁଦ୍ଧ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କଲାପରେ ଧମକ ଦିଆଯାଇଛି । କୋତବାଲି ପୁଲିସ ଷ୍ଟେସନର ଏକ ଅଧିକାରୀ ଜଣାଇଛନ୍ତି କି, ପୀଡିତଙ୍କ ନାମ ଦୀପାୟନ୍ ଧର ଓ ସେ ସିଭିଲ ଇଂଜିନିୟର ।

ପୁଲିସ ଅଧିକାରୀ କହିଛନ୍ତି କି, ଇଂଜିନିୟର ଶାନ୍ତିର କଥା ବିଷୟରେ ଲେଖିଥିଲେ କି, ଯୁଦ୍ଧ ହେବା ଉଚିତ୍ ନୁହେଁ । ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ସୁରକ୍ଷା ଆଶ୍ୱାସନା ଦେଇଛନ୍ତି । ମାମଲାର ତଦନ୍ତ କରାଯାଉଛି କାହିଁକିନା ଅଭିଯୁକ୍ତର ଚିହ୍ନଟ ଏପର୍ଯ୍ୟନ୍ତ ହୋଇପାରିନି ।

ସୂଚନାଯୋଗ୍ୟ, ୧୪ ଫେବୃୟାରୀ ରେ ହୋଇଥିବା ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିଲା ଏବଂ ସେବେ ଠାରୁ ଦେଶରେ ଆକ୍ରୋଶର ପରିବେଶ ଅଛି । ସମସ୍ତେ ଚାହାଁନ୍ତି କି, ଆକ୍ରମଣର ଜବାବ ଦିଆଯାଉ । ୪୦ ଯବାନ ସହିଦ ହେବା ପରେ କେହି ନା କେହି କୌଣସି ନା କୌଣସି ପ୍ରକାରରେ ସହିଦ ପରିବାରର ସହାୟତା କରୁଛି । ପ୍ରଧାନମନ୍ତ୍ରୀ ମୋଦି ଦେଶକୁ କହିଛନ୍ତି କି, ଯବାନଙ୍କ ବଳିଦାନ ବେକାର ଯିବନି । ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ କ୍ରୋଧ ଦେଖିବାକୁ ମିଳୁଛି ।