ପ୍ରଦୂଷଣ ବିରୋଧରେ ଯୁଦ୍ଧ ! ୨୧ ନଭେମ୍ବରରେ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା

108

ପ୍ରଦୂଷଣ ବଢାଉଛି ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣବତ୍ତା ଅଧିକ ଖରାପ ହୋଇପାରେ । ଦିଲ୍ଲୀ ପ୍ରଦୂଷଣ ଏବେ ଏତେ ଉତ୍କଟ ହୋଇଛି ଯେ ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କୁହାଯାଇଛି । ଏମିତି କି ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଏଭଳି ପରିସ୍ଥିତିରେ ପ୍ରଦୂଷଣ କମାଇବା ପାଇଁ ବିଭିନ୍ନ ବିକଳ୍ପ କଥା ଚିନ୍ତା କରାଯାଉଛି ।

ତେବେ ଲୋକଙ୍କୁ ଭୟଙ୍କର ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସରକାର କୁତ୍ରିମ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି । ଦିଲ୍ଲୀରୁ ଆରମ୍ଭ ହେବ ଏହି ପ୍ରଦୂଷଣ ବିରୋଧୀ ଅଭିଯାନ । ସବୁକିଛି ଠିକ୍ ଚାଲିଲେ ଲକ୍ଷ୍ନୌ ପରି ସହର ଗୁଡ଼ିକରେ ମଧ୍ୟ ଏହି ଉପାୟ ଅପାଣାଯିବ । ପାଣିପାଗ ବିଭାଗ ଆକଳନ ଠିକ ରହିଲେ, ୨୧ ନଭେମ୍ବରରେ ଏହି ବର୍ଷା କରାଯିବ । ତେବେ କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟକୁ ଏନେଇ ସମସ୍ତ ସୁରକ୍ଷା ମଞ୍ଜୁରୀ ମିଳିଯାଇଛଇ । କେବଳ ଡିସିଡ଼ିଏର ମଞ୍ଜୁରି ବାକି ରହିଛି ।

କେବଳ ଭାରତ ନୁହେଁ ଅନେକ ଦେଶରେ ପ୍ରଦୂଷଣରୁ ବଂଚିବା ପାଇଁ କୃତ୍ରିମ ବର୍ଷା କରାଯାଉଛି । ଚୀନରେ ଅଧିକ କୃତ୍ରିିମ ବର୍ଷା କରାଯାଏ । ପରିବେଶ ମନ୍ତ୍ରାଳୟ ଏହି ଯୋଜନାରେ ଆଇଆଇଟି କାନପୁର, ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଓ ବାୟୁସେନା ପରି ସରକାରୀ ଏଜେନ୍ସି ଗୁଡ଼ିକ ସାମିଲ ଅଛନ୍ତି । ପ୍ରଦୂଷଣ ସ୍ତର କମ୍ କରିବା ପାଇଁ କୃତମ ବର୍ଷା କରାଇବାର ଯୋଜନା ଉପରେ ବର୍ଷ ବର୍ଷ ଧରି କାମ ଚାଲୁଛି । ଏବେ ପ୍ରଥମ ଥର ପାଇଁ ୨୧ ନମ୍ବେରରେ ଏହାର ପରୀକ୍ଷଣ ହେବ । ତେବେ କୃତ୍ରିିମ ବର୍ଷା ପାଇଁ ଖର୍ଚ୍ଚ ହେବ ୨୦ ଲକ୍ଷ ଟଙ୍କା । ଏଥିପାଇଁ ସ୍ୱତନ୍ତ୍ର ବିମାନ ଠାରୁ ଆରମ୍ଭ କରି କିଛି କେମିକାଲ ବ୍ୟବହାର କରାଯିବ । ପରିବଶେ ମନ୍ତ୍ରାଳୟ ଏହାର ଫୋର୍ସର ସାହାଯ୍ୟ ମଧ୍ୟ ନେଉଛି ।