ଗୁଜରାଟର ନର୍ମଦା ନଦୀ କୂଳରେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଅନାବରଣ ପରେ ଏବେ ରାଜସ୍ଥାନର ନାଥଦ୍ୱାରାରେ ଭଗବାନ ଶିବଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ୩୫୧ ଫୁଟର ଏହି ବିଶାଳ ପ୍ରତିମୂର୍ତ୍ତି ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତି ଭାବେ ଉଭା ହେବ । ଆଗାମୀ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ମୂର୍ତ୍ତି ନିର୍ମାଣ ଶେଷ ହେବ । ଉଦୟପୁରରୁ ୫୦ କିଲୋମିଟର ଦୂରରେ ଥିବା ଶ୍ରୀନାଥଦ୍ୱାରାରେ ସିମେଣ୍ଟ ଓ କଂକ୍ରିଟରେ ନିର୍ମାଣ ହେଉଥିବା ଏହି ମୂର୍ତ୍ତିର ୮୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୩୫୧ ଫୁଟର ଏହି ଶିବ ପ୍ରତିମା ବିଶ୍ୱର ଚୁତର୍ଥ ତଥା ସର୍ଦ୍ଦାର ପଟେଲଙ୍କ ପ୍ରତିମା ପରେ ଭାରତରେ ଦ୍ୱିତୀୟ ସବୁଠୁ ଉଚ୍ଚତମ ପ୍ରତିମା । ୧୬ ଏକର ପାହାଡୀ କ୍ଷେତ୍ରରେ ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଚାଲିଛି । ଗତ ଚାରିବର୍ଷ ଧରି ନିର୍ମାଣ ଚାଲିଥିବା ଏହି ପ୍ରତିମୂର୍ତ୍ତିରେ ୩ ଲକ୍ଷ ବସ୍ତା ସିମେଣ୍ଟ, ୨୫୦୦ ଟନ୍ ଏଙ୍ଗଲ, ୨୫୦୦ ଟନ ବାଲି ବ୍ୟବହାର ହୋଇଛି । ଏହାଛଡା ୭୫୦ କାରିଗର ପ୍ରତିଦିନ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ପ୍ରତିମୂର୍ତ୍ତିରେ ଭଗବାନ ଶିବ ଧ୍ୟାନ ଓ ଆରାମ ମୁଦ୍ରାରେ ବସିଛନ୍ତି ।
World’s Tallest Shiv Murti, Oden, Nathdwara
World’s tallest Lord shiva statue (351 ft) under construction at Nathdwara, Rajasthan by Miraj Group.
(via Instagram: Yashu_Sharma_Photography) pic.twitter.com/7QgVJg6hIa— Tyrantasorus (@tyrantasorus) November 2, 2018
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚାରଟି ଲିଫ୍ଟ ଓ ୩ଟି ସିଢିର ବ୍ୟବସ୍ଥା ମଧ୍ୟ ରହିଛି । ଏହି ପ୍ରତିମୂର୍ତ୍ତିରେ ୨୮୦ ଫୁଟ୍ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ଯାଇପାରିବେ । ଏପରିକି ପ୍ରତିମା ଠାରୁ ୨୦ କିଲୋମିଟର ଦୂରରେ ଥିବା କାଙ୍କରୋଲି ଫ୍ଲାଇଓଭରରୁ ଏହାକୁ ସ୍ପଷ୍ଟ ଭାବେ ଦେଖିହେବ । ଏପରିକି ଏତେ ଦୂରରୁ ପ୍ରତିମାକୁ ସ୍ପଷ୍ଟ ରୂପେ ଦେଖିବା ପାଇଁ ସ୍ୱତନ୍ତ୍ର ଲାଇଟର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାକୁ ଆମେରିକାରୁ ମଗାଯାଇଛି ।