ମୁହାଣ ଖୋଲିଲା ବିପଦ ବଢିଲା

35

ଅସ୍ତରଙ୍ଗ : ବାତ୍ୟା ରୁଆନୁ ଆସିଲା । ସମୁଦ୍ର ଭିତରେ ଭିତରେ ବାଂଲାଦେଶ ଚାଲିଗଲା । କିନ୍ତୁ ଓଡିଶା ଉପକୂଳରେ ସୃଷ୍ଟି କରିଛି ବିପଦ । ଚିଲିକା ଓ ଅସ୍ତରଙ୍ଗ ନିକଟ କେଲୁଣି ମୁହାଣର ପୂର୍ବକୁ ପ୍ରାକୃତିକ ଭାବେ ନୂଆ ମୁହାଣ ଫିଟିଛି । ଫଳରେ କାଦୁଆ ନଈରେ ଜଳପତନ ବଢିଛି । ଅନ୍ୟପଟେ ସମୁଦ୍ର ଜୁଆରକୁ ରୋକିବା ପାଇଁ ନିର୍ମାଣ ହୋଇଥିବା ଲୁଣାବନ୍ଧ ଉପରେ ଏବେ ବିପଦ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ହୋଇପଡିଛନ୍ତି ଆଖପାଖ ୧୫ଟି ଗାଁର ଲୋକେ ।

ସେପଟେ ଚିଲିକା ହ୍ରଦରେ ସୃଷ୍ଟି ହୋଇଛି ଆଉ ଏକ ପ୍ରାକୃତିକ ମୁହାଣ । ରୁଆନୁ ବାତ୍ୟା ପରେ ପରେ ଅଶାନ୍ତ ସମୁଦ୍ର ନଙ୍ଗାନାସିଠାରେ ସୃଷ୍ଟି କରିଛି ଏହି ନୂଆ ମୁହାଣ । ପୂର୍ବରୁ ଚିଲିକାରେ ୫ଟି ମୁହାଣ ଖୋଲିଥିଲା । ଏପଟେ ନଙ୍ଗାନାସି ପାଖରେ ସୃଷ୍ଟି ହୋଇଥିବା ମୁହାଣ ୫ଶହ ମିଟର ଯାଏଁ ଚଉଡା ହୋଇଗଲାଣି । ଜନବସତିକୁ ସୁରକ୍ଷା ଦେବା ପାଇଁ ସରକାର ଗଢୁଥିବା ୨୬ କିଲୋମିଟର ପାଚେରୀରୁ ମାତ୍ର ୫ କିଲୋମିଟର କାମ ହୋଇ ବନ୍ଦ ହୋଇପଡିଛି । ନୂଆ ମୁହାଣ ଦେଇ ସମୁଦ୍ର ପାଣି ଗାଁରେ ପସିବା ଭୟରେ ଆତଙ୍କିତ ସ୍ଥାନୀୟ ଲୋକେ ।