ତୁଟୁନି ବିବାଦ

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ତୁଟୁନି ମୁଦ୍ରା ବିବାଦ । ନବକଳେବରକୁ ବର୍ଷ ପୁରିବାକୁ ବସିଲାଣି । ଡିଜାଇନକୁ ନେଇ ଆପତି ଉଠିବା ପରେ ଏବେ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି ନବକଳେବର ମୁଦ୍ରା ସ୍ମାରକୀ । ଆଉ ଏନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଫେରିଛି । ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ପରାମର୍ଶ ଦେବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।

ନବକଳେବର ପୂର୍ବରୁ ଏକ ସ୍ମାରକୀ ମୁଦ୍ରା ବାହାର କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ଏକ ଚୟନ କମିଟି ମଧ୍ୟ ଗଠନ ହୋଇଥିଲା । ନବକଳେବର ରଥଯାତ୍ରା ଯାଇ, ଏବେ ଆଉ ଏକ ରଥଯାତ୍ରା ଉପନୀତ ହେବା ଉପରେ । କିନ୍ତୁ ନବକଳେବର ମୁଦ୍ରା ସ୍ମାରକୀ ନା ଚୂଡ଼ାନ୍ତ ହୋଇପାରୁଛି ନା ମୁଦ୍ରା ପ୍ରସ୍ତୁତ ହୋଇପାରୁଛି ନା ବିବାଦ ଥମୁଛି ।