ଏକ ସମୟରେ ପାକ୍ ଓ ଚୀନ ସହ ଯୁଦ୍ଧ ନେଇ ସତର୍କ କରାଇଲେ ସେନା ମୁଖ୍ୟ ! ତେବେ ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ କି ?

132

ଏକ ସମୟରେ ଚୀନ ଓ ପାକିସ୍ତାନ ସହ ହୋଇପାରେ ଯୁଦ୍ଧ । ତେଣୁ ଉଭୟ ଦେଶ ସହ ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଦରକାର ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଏକା ସମୟରେ ପାକିସ୍ତାନ ଓ ଚୀନ ସହ କରିବାକୁ ପଡିପାରେ, ଏନେଇ ନୂଆ ଦିଲ୍ଲୀରେ ଏକ ସେମିନାରରେ ଯୋଗ ଦେଇ ଏହା କରିଛନ୍ତି ଜେନେରାଲ ରାୱତ । ପରମାଣୁ ଅସ୍ତ୍ର ଥିବା କିମ୍ବା ପଡୋଶୀ ଗଣତାନ୍ତ୍ରିକ ଦେଶ ସହ ଯୁଦ୍ଧ ହେବ ନାହିଁ ଭାବିବା ଭୁଲ ବୋଲି ସେନା ମୁଖ୍ୟ କହିଛନ୍ତି । ତେଣୁ ସେନାବାହିନୀକୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସେନାମୁଖ୍ୟ ।

ସେ କହିଛନ୍ତି, ପଡୋଶୀ ପାକିସ୍ତାନ ସର୍ବଦା ଭାରତ ସହ ଛାୟା ଯୁଦ୍ଧ ଜାରି ରଖିଥିବା ବେଳେ ସେ କେବେ ବି ସୁଧୁରିବ ନାହିଁ । ପାକିସ୍ତାନ ଭାରତକୁ ତାର ସବୁଠାରୁ ବଡ ଶତ୍ରୁ ମନେକରେ ବୋଲି କହିଛନ୍ତି ଜେନେରାଲ ରାୱତ । ଭାରତ ସହ ପାକିସ୍ତାନର ମତଭେଦ ଦୂର ହେବା ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି । ଅନ୍ୟପଟେ ଡୋକଲାମ ବିବାଦ ପ୍ରସଙ୍ଗରେ ସେ କହିଛନ୍ତି, ଚୀନ ନିଜକୁ ଅଧିକ ପ୍ରସ୍ତୁତ କରୁଛି ଏବଂ ଆଗାମୀ ଦିନରେ ଚୀନ ପୁର୍ନବାର ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସମ୍ଭାବନା ରହିଛି । ତେବେ ଚୀନ୍ ଆଗକୁ ଭାରତୀୟ ସୀମାର ଅନେକ ସ୍ଥାନରେ ଏକାଥରେ ପ୍ରବେଶ କରିବ ବୋଲି ସେନାମୁଖ୍ୟ ସନ୍ଦେହ କରୁଛନ୍ତି । ଚୀନର ଏହି ଚାଲାକିକୁ ପ୍ରତିହତ କରିବା ପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେନାମୁଖ୍ୟ ସତର୍କ ବାଣୀ ଶୁଣାଇଛନ୍ତି । ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିପାରେ ବୋଲି ସେ କହିଛନ୍ତି । ତେଣୁ ଭାରତୀୟ ସେନା ସବୁ ପରିସ୍ଥିତି ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ ଭାରତ ପାଖରେ ଅଛି ୩୬ ରାଫେଲ ଲଢ଼ାକୁ ବିମାନ । ତଥାପି ଏହା ଭାରତୀୟ ବୟୁସେନାର କ୍ଷମତାକୁ ପୂରଣ କରିପାରୁ ନାହିଁ । ସୂଚନାଯୋଗ୍ୟ ୨୦୦୧ରେ ଭାରତୀୟ ବାୟୁସେନା ସୋଭିଏତ ବିମାନ ବଦଳରେ ଅତି କମରେ ୧୨୬ ଟି ଜେଟ୍ ପାଇଁ ଦାବି କରିଥିଲା । କିନ୍ତୁ ୭.୮ କୋଟି ୟୁରୋ ବଦଳରେ ବାୟୁସେନାକୁ ୩୬ ରାଫେଲ ଜେଟ୍ ମିଳିଥିଲା । କଂଗ୍ରେସ ଓ ଅନ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର ୩୬ଟି ରାଫେଲ ଲଢ଼ାକୁ ଜେଟ୍ ବାୟୁସେନା ସାମର୍ଥ୍ୟକୁ ପୂରଣ କିରବା ପାଇଁ ଅସମର୍ଥ । ତେବେ ଏହା ଭାରତୀୟ ବାୟୁସେନା ପାଇଁ ସଙ୍କଟର ସୃଷ୍ଟି କରିପାରେ ବୋଲି ଚେତୋବନୀ ଦେଇଛି କଂଗ୍ରେସ । ଚୀନ ଓ ପାକିସ୍ତାନକୁ ସାମ୍ନା କରିବା ପାଇଁ ପାଖାପାଖି ୪୫ ଲଢ଼ାକୁ ଜେଟ୍ ରହିବା ଦରକାର । କିନ୍ତୁ ଭାରତ ପାଖରେ ଏବେ ୩୩ ଟି ମହଜୁଦ ରହିଛି ।

ରଣନୀତିକ ମାମଲାରେ ଏୟାର ଭାଇସ ମାର୍ଶାଲ କହିଛନ୍ତି, ଜରୁରୀକାଳୀନ ଅବସ୍ଥାରେ ପାଖାପାଖି ୯୦ ରୁ ଅଧିକ ରାଫେଲ ପରି ବିମାନକୁ ବାୟୁସେନାରେ ସାମିଲ କିରବା ପାଇଁ ପଡ଼ିବ । ଏଥିରେ କମ ହେଲେ ଚଳିବ ନାହିଁ । ତେବେ ଏବେ ଲଢ଼ାକୁୁ ବିମାନ ଚିନ୍ତାର ବିଷୟ ନୁହେଁ । ତେବେ ଦୁନିଆର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ବାୟୁସେନାକୁ ଆଉ କିଛି ଉନ୍ନତି କିରବାର ରହିଛି । ଭାରତୀୟ ସେନା ପ୍ରବକ୍ତା ୱିଙ୍ଗ କମାଣ୍ଡର ବାୟୁସେନା କପିରି ଯୁଦ୍ଧାସ୍ତ୍ରକୁୁ ଠିକ ସମୟରେ ଉପଯୋଗ କରିବ ସେ ନେଇ ଯୋଜନା ପ୍ରସ୍ତୁତ କରିଛି । ଏହାସହ ସେ କହିଛନ୍ତି, ସମସ୍ତ ଅନ୍ତରାଷ୍ଟ୍ରୀୟ ବାୟୁସେନାରେ ନୂଆ ଓ ପୁରୁଣା ବିମାନ ମିଶି ଥାଏ । ଏପରିସ୍ଥେ;ଳ ଆମକୁ ନିଜର କ୍ଷମତାକୁ ଅଳ୍ପ ସମୟରେ ହିଁ ବଢ଼ାଇବା ପାଇଁ ପଡ଼ିବ ।

ଏହା ବ୍ୟତୀତ ଏବେ ବାୟସେନାର ହେଲିକପ୍ଟରେ କିଛି ସମସ୍ୟା ମଧ୍ୟ ରହିଛି । ତେବେ ଏବେ ଭାରତୀୟ ବାୟୁସେନାକୁ ଅଧିକ ପରିବହନ କ୍ଷମତା ଯୁକ୍ତ ଲଢ଼ାକୁ ହେଲିକପ୍ଟଟର ଦରକାର । ଏଥିପାଇଁ ଏ ଦିଗରେ ଭାରତୀୟ ବାୟୁସେନାକୁ ଧ୍ୟାନ ଦେବାକୁ ପଡ଼ିବ । ଭାରତର ପଡ଼ୋଶୀ ଦେଶ, ଖାସକରି ଚୀନ ନିଜର ବାୟୁସେନାକୁ ଆଧିୁନିକୀରଣ କରା ତାହାର କ୍ଷମତା ବଢ଼ାଇଛି । ଯଦି ଆମେ ଏହ ଦିଗ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆଗକୁ ଅସୁବିଧା ବଢ଼ିଯିବ । ଏହା ବ୍ୟତୀତ ଶତ୍ରୁ ବିମାନ ଓ ମିସାଇଲର ପତ୍ତା ଲଗାଇବା ପାଇଁ ଭାରତୀୟ ବାୟୁସେନାକୁ ନିଜର କ୍ଷମତାକୁ ବଢ଼ାଇବା ପାଇଁ ପଡ଼ିବ । ଶତ୍ର୍ରୁ ବିମାନ ଚିହ୍ନଟ ପାଇଁ ଭାରତ ପାଖରେ କେବଳ ୩ଟି ବିମାନ ଅଛି , ଆଗକୁ ଯୁଦ୍ଧ ସମ୍ଭାବନା ପାଇଁ ଅଧିକ ବିମାନ ଜରୁରୀ । ତେବେ ଏତିକି ସଂଖ୍ୟକ ବିମାନ ଚୀନ ଓ ପାକିସ୍ତାନକୁ ସାମ୍ନା କରିବା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ତେବେ ଏବେଭାରତ ପାଖରେ ଯେତିକି ଯୁଦ୍ଧ ବିମାନ ଅଛି ସେଥିରୁ ମାତ୍ର ଅଧା ହିଁ ଲଢ଼େଇ ପାଇଁ ପ୍ରସ୍ତୁତ ।