ଝିଅଙ୍କୁ ଶିକ୍ଷା କ୍ଷେତ୍ରରେ ଦୃଢ କରାଇବା ଲକ୍ଷ୍ୟରେ ମଲାଲାଙ୍କ ମହତ ପଦକ୍ଷେପ : ଟେକ୍ କଂପାନୀ ଆପଲ୍ କଲା ‘ମଲାଲା ଫଣ୍ଡ’କୁ ସାହାଯ୍ୟ

34

ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ଝିଅଙ୍କ ଶିକ୍ଷା ପାଇଁ କ୍ୟାମ୍ପେନ କାର୍ଯ୍ୟକ୍ରମ ଚଳାଉଛନ୍ତି । ଏଥିପାଇଁ ମଲାଲା ଫଣ୍ଡର ସ୍ଥାପନା ମଧ୍ୟ କରାଯାଇଛି । ବିଶ୍ୱର ସବୁଠୁ ବଡ ଟେକ୍ କଂପାନୀମାନଙ୍କ ମଧ୍ୟରୁ ଗୋଟିଏ ଆପଲ୍ ମଲାଲାଙ୍କ ସହ ହାତ ମିଳାଇଛନ୍ତି । ଆଉ ଘୋଷଣା କରିଛି କି ମଲାଲାଙ୍କର ଏହି ପ୍ରୟାସରେ ସହଯୋଗିତା ହେବାପାଇଁ ମଲାଲା ଫଣ୍ଡରେ ନିଜର ଯୋଗଦାନ ଦେବେ । ମଲାଲା ୟୁସୁଫଜଇ , ମଲାଲା ଫଣ୍ଡ ଜରିଆରେ ପ୍ରତି ଝିଅଙ୍କୁ ୧୨ ବର୍ଷ ଯାଏ ମୁକ୍ତ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦେବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଆପଲ୍ ର ସହ ମିଶିବା ପରେ ମଲାଲା ଫଣ୍ଡ ଦୁଇଗୁଣା ହେବାର ସମ୍ଭାବନା ରହିଛି । ୧୯ ବର୍ଷର ମଲାଲା ପାକିସ୍ତାନରେ ତାଲିବାନର ହମଲାର ଶିକାର ହୋଇଥିଲେ । ଏବଂ ବ୍ରିଟେନରେ ତାଙ୍କର ଚିକିତ୍ସା କରାଯାଇଥିଲା ।

ମଲାଲା ଫଣ୍ଡର ଆଶା ଯେ ଗୁଲକମଇ ନେଟୱର୍କ ଅନୁସାରେ ଦିଆ ଯିବାକୁ ଥିବା ଅନୁଦାନର ସଂଖ୍ୟା ଦ୍ୱିଗୁଣା ହୋଇଯିବ । ମଲାଲା ଫଣ୍ଡ ଜରିଆରେ ଲାଟିନ୍ ଆମେରିକା ଦେଶଗୁଡିକରେ ଏବଂ ଭାରତରେ ପାଖାପାଖି ୧୦୦,୦୦୦ ଯୁବତୀଙ୍କୁ ଶିକ୍ଷା ଦେବାର କାମ କରାଯାଉଛି । ଏହାକୁ ନେଇ ମଲାଲା କହିଛନ୍ତି , ‘ମୋର ସ୍ୱପ୍ନ ପ୍ରତି ଝିଅ ନିଜର ଭବିଷ୍ୟତ ବାଛନ୍ତୁ । ମୁଁ ଆପଲକୁ ଧନ୍ୟବାଦ ଦେଉଛିକି ସେମାନେ କୌଣସି କଥା ନଭାବି ଆମକୁ ସମର୍ଥନ ଦେଇଛନ୍ତି । ’ ଆପଲର ସିଇଓ ଟିମ୍ କୁକ୍ କହଛନ୍ତି ଶିକ୍ଷାରେ ସମାନତା ଆଣିବା ପାଇଁ ଶକ୍ତି ଅଛି । ଆମେ ପ୍ରତି ଝିଅକୁ ସ୍କୁଲ୍ ଯିବାକୁ ଅବସର ଦେବାରେ ମଲାଲା ଫଣ୍ଡ ସହ ମିଳାଇଛୁ ।

ଆପଲ ମଲାଲାଙ୍କର ଟିମ୍ ପୁରା ସହ ଯୋଗ ଦେବେ । ପାଠ୍ୟକ୍ରମ ଏବଂ ରିସର୍ଚ୍ଚକୁ ନେଇ ପଲିସ୍ ଚେଂଜର ସ୍ତର ଯାଏ ଆପଲ ତରଫରୁ ସାହାଯ୍ୟ କରାଯିବ । ଟିମ୍ କୁକ୍ ନିଜେ ମଧ୍ୟ ମଲାଲା ଫଣ୍ଡର ଲିଡରଶିପ୍ କାଉନସିଲରେ ସାମିଲ୍ ହେବେ । ସେମାନେ କହିଛନ୍ତି କି ଏହାଦେଖି ଭଲ ଲାଗିଲା ଯେ ଝିଅମାନେ ବିନା ଡରରେ ଆଗକୁ ବଢୁଛନ୍ତି । ଏବଂ ଦୁନିଆରେ ନିଜର ପରିଚୟ ତିଆରି କରୁଛନ୍ତି । ଟିମ୍ କହିଛି , ଶିକ୍ଷା ଠାରୁ ବଡ ଶକ୍ତି ଆଉ କିଛି ନାହିଁ । ଏବଂ ଆମେ ଏହି ପ୍ରତିବଦ୍ଧତା କାରଣରୁ ମଲାଲା ଫଣ୍ଡ ସହ ହାତ ମିଳାଇଛୁ । ମଲାଲା ସମାଜରେ ସମାନତା ଆଣିବା ପାଇଁ ଜଣେ ସାହସୀ ସିପାହି ଅଟନ୍ତି । ଏବଂ ସେ ଆମ ସମୟର ସବୁଠୁ ବଡ ବାହାଦୂର ଝିଅ ଅଟନ୍ତି ।

ମଲାଲା ପାଖାପାଖି ୧୧ ବର୍ଷ ବୟସରେ ବାଳିକା ଶିକ୍ଷା ଉପରେ ବ୍ଲଗ୍ ଲେଖିବା ଆରମ୍ଭ କରିଦେଇଥିଲେ । ଅକ୍ଟୋବର ୨୦୧୨ରେ ହମଲା ସମୟରେ ସେ ୧୫ ବର୍ଷ ବୟସର ହୋଇଥିଲେ । ଏହାପରେ ମଲାଲା ବ୍ରିଟେନ ଚାଲିଯାଇଥିଲେ । ୨୦୧୩ରେ ମଲାଲା ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ମଲାଲା ଫଣ୍ଡ ନାମକ ସଂସ୍ଥା ମଧ୍ୟ ବନାଇଥିଲେ । ମଲାଲା ଫଣ୍ଡ ୨୦୧୩ ରୁ ଅନେକ ସଂଗଠନ ସହ ମିଶି କାମ କରୁଛି । ପୁରା ବିଶ୍ୱର ସରକାରୀ ଓ ପ୍ରାଇଭେଟ୍ ସଂଗଠନଗୁଡିକ ତରଫରୁ ମଲାଲା ଫଣ୍ଡ କୁ ସହ ଯୋଗ ମିଳୁଛି ।

ମଲାଲା ଫଣ୍ଡ ଅନ୍ତର୍ଗତ ଗୁଲମକାଇ ନେଟୱର୍କ ଆଫଗାନିସ୍ତାନ , ପାକିସ୍ତାନ , ଲେବନାନ , ତୁର୍କୀ ଓ ନାଇଜେରିଆ ରେ କାମ କରୁଛନ୍ତି । ଏହ ଆକଳନ ମୁତାବିକ୍ ବିଶ୍ୱରେ ପାଖାପାଖି ୧୩ କୋଟି ଝିଅ ଶିକ୍ଷାରୁ ବଂଚିତ ଅଟନ୍ତି । ସେମାନଙ୍କୁ ଶିକ୍ଷିତ କରି ମୁଖ୍ୟଧାରାକୁ ଆଣିବା ପାଇଁ ମଲାଲା ଫଣ୍ଡ ଭଳି କାର୍ଯ୍ୟକ୍ରମ ବହୁତ ଜରୁରୀ ଅଟେ ।

( ସୌଜନ୍ୟ- ଇୟୋର ଷ୍ଟୋରୀ)