ବସରେ ଛାତ୍ରୀଙ୍କୁ ଅସଦାଚରଣ କଣ୍ଡକ୍ଟରଙ୍କ ପାଇଁ ପଡିଲା ମହଙ୍ଗା ! କଣ୍ଡକ୍ଟରଙ୍କୁ ଯୁବତୀଙ୍କ ପରିବାର ସମେତ ଗ୍ରାମବାସୀଙ୍କ ନିସ୍ତୁକ ମାଡ ।

21

କନକ ବ୍ୟୁରୋ : ସାରା ରାଜ୍ୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ଏପରି ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଅନେସ୍ଥାନରେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ଥାନାରେ ଅଭିଯୋଗ ହେଉଛି । ତେଣୁ ସରକାର ଯୁବତୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଅନେକ ଯୋଜନା କରୁଛନ୍ତି । ହେଲେ ଲୋକମାନେ ସୁଧିରିବାର ନା ନେଉ ନାହାନ୍ତି । ଏପରିକି ଚଳନ୍ତା ବସରେ ମଧ୍ୟ ଯୁବତୀମାନଙ୍କୁ ଅଶ୍ଲୀଳ ବ୍ୟବହାର କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଅନୁଗୁଳର କଣିହାଁରେ ବସ୍ ଭିତରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା କଣ୍ଟକ୍ଟରକୁ ମହଙ୍ଗା ପଡ଼ିଛି।

ଏହି ସମୟରେ ବସରେ ଥିବା କଣ୍ଡକ୍ଟର ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଚାଲିଥିଲା ବୋଲି ଝିଅଟି ସହଯାତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏହାପରେ ଯାତ୍ରୀ ଉକ୍ତ ବସ୍ କଣ୍ଡକ୍ଟରକୁ ନିସ୍ତୁକ ମାଡ ମାରିବା ଆରମ୍ଭ କରି ଦେଇଥିଲେ। ଛାତ୍ରୀ ଜଣଙ୍କ ଭୁବନେଶ୍ୱରରେ ପହଂଚିବା ପରେ ଘର ଲୋକଙ୍କୁ ଫୋନ କରି ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ। ଘର ଲୋକ ଓ ଗ୍ରାମବାସୀ ଏହି ବସର ଆସିବା ବାଟକୁ ରାସ୍ତାରେ ଅପେକ୍ଷା କରି ରହିଥିଲେ। ବସଟି ଏନଟିପିସି ଛକରେ ରହିବାମାତ୍ରେ ବସର କଣ୍ଡକ୍ଟର ଓ ଗ୍ରାମବାସୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ତେବେ କଣ୍ଡକ୍ଟର ଜଣଙ୍କ ଦୋଷ ସ୍ୱୀକାର ନକରିବାରୁ ତାଙ୍କୁ ପ୍ରବଳ ମାଡ ମାରିଥିଲେ ଲୋକେ । ମାଡ ଖାଇବା ପରେ ସେ ତାଙ୍କ ଦୋଷ ସ୍ୱୀକାର କରିଥିଲେ କଣ୍ଡକ୍ଟର । ତେବେ ଘଟଣାଟି ସୋମବାର ହୋଇଥିବା ଜଣାପଡିଛି ।