ଏକତାର ପରିଚୟ ଦେଲେ ଗ୍ରାମବାସୀ : ୧୩ ବର୍ଷ ପରେବି ଶୁଣିଲାନି ପ୍ରଶାସନ, ଏକାଠି ହୋଇ ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

39

କନକ ବ୍ୟୁରୋ: ଏକଜୁଟତା ଥିଲେ କୌଣସି ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରିବ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଏକମ୍ବା ପଂଚାୟରେ । ୧୩ ବର୍ଷ ପର୍ଯ୍ୟନ୍ତ ଗାଁର ବିକାଶ ପାଇଁ ପ୍ରଶାସନ ଭରସାରେ ରହିଥିଲେ, କିନ୍ତୁ ପ୍ରଶାସନ ଅଣଦେଖା କରିବାରୁ ଏକତାର ପରିଚୟ ଦେଖାଇଲେ ଗ୍ରାମବାସୀ । ମିଳିମିଶି ତିଆରି କଲେ ରାସ୍ତା, ଶ୍ରମ ଦାନ ଦେଇ ଗୋଟିଏ ଦିନ ଜୀବିକା ହରାଇ ସୃଷ୍ଟି କଲେ ଏକ ଉଦାହରଣ ।

କୋରାପୁଟ ଜିଲ୍ଳାର ଏକମ୍ବା ପଚାଂୟତ, ଜୟପୁର ସହର ଠାରୁ ମାତ୍ର ୩ କିମି ଦୁରରେ ଅବସ୍ଥାପିତ । ଏହି ଗାଁରେ ରୁହନ୍ତି ପାଖାପାଖି ୫ଶହ ପରିବାର । ଗ୍ରାମକୁ ଲାଗି ଚାରିପଟେ ରହିଛି – ଏୟାର ଷ୍ଟ୍ରୀପ, ରେଳବିଭାଗ,ଓମଫେଡ଼, ଜିଲ୍ଳା ଚିକିତ୍ସାଳୟ ଭଳି ବଡ଼ ବଡ଼ ବିକାଶ ଉଚ୍ଚ ଅଟାଳିକା । ହେଲେ ନିକଟରେ ଥିବା ଏହି ଗାଁ ପାଇଁ ନାହିଁ ରାସ୍ତା । ଦୀର୍ଘ ୧୩ ବର୍ଷ ମଧ୍ୟରେ ଅନେକ ଦୁର୍ଘଟଣା ଘଟିଲାଣି , ପ୍ରଶାସନକୁ ବାରଂବାର ଗୁହାରୀ କରିଥିଲେ ସୁଦ୍ଧା ହୋଇପ ପାରିଲା ନାହିଁ ରାସ୍ତା । ଶେଷରେ ଗ୍ରାମସଭା ଡାକି ଗାଁ ଲୋକମାନେ ଏକଜୁଟତାର ପରିଚୟ ଦେଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡ଼ୁଥିବା ରାସ୍ତାକୁ ତିଆରି କଲେ ଗ୍ରାମବାସୀ ।

ଆଉ ଏଥିପାଇଁ ନିଜସ୍ୱ ଖର୍ଚ୍ଚ ଓ ସମସ୍ତଙ୍କ ଶ୍ରମ ଦାନରେ ଏହା ସମ୍ଭବ ପର ହୋଇ ପାରିଛି ବୋଲି କହିଛନ୍ତି ଗ୍ରାମବାସୀ । ସ୍କୁଲ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିଲେ, ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଛି, ହେଲେ ବର୍ତମାନ ଗ୍ରାମବାସୀ ସଘଂବଦ୍ଦ ଭାବେ ଯେଉଁ କାମ କରିଛନ୍ତି ତାକୁ ନେଇ ଏବେ ଅନେକ ସ୍ଥାନରେ ପ୍ରଂସଶା କରାଯାଉଛି । ଖୋଦ ଜୟପୁର ବିଡିଓ କହିଛନ୍ତି ଯେ, କୌଣସି କାରଣରୁ ଗାଁରେ ସରକାରୀ ଯୋଜନା ପହଁଚି ପାରିଲା ନାହିଁ, ତଥାପି ଗ୍ରାମବାସୀଙ୍କ ଉଦ୍ୟମ ଏବଂ ଏକଜୁଟତା ଦେଖାଇ ଯେଉଁ କାର୍ଯ୍ୟ କରିଛନ୍ତି ତାହାକୁ ପ୍ରଶଂସା କରିଛନ୍ତି ।
ଶୁଣିଲାନି ପ୍ରଶାସନ ଗ୍ରାମବାସୀ କଲେ ରାସ୍ତା ନିର୍ମାଣ