୩ଟି ରାଜ୍ୟରେ ଝଡିଲା ପଦ୍ମ । ଧର୍ମେନ୍ଦ୍ର କହିଲେ, ଓଡିଶାରେ ବିଜେପି ପାଇଁ ସମ୍ଭାବନା ସୃଷ୍ଟି କରିଛି ଏହି ଫଳାଫଳ 

241

କନକ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ପରାଜୟ ଭିତରେ କିନ୍ତୁ ନୂଆ ସମ୍ଭାବନା ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ମଧ୍ୟପ୍ରଦେଶ ଓ ଛତିଶଗଡ ପରି ଓଡିଶାରେ ମଧ୍ୟ ସରକାର ବିରୋଧୀ ହାୱା କାମ ଦେବ  ।ଏବଂ ଏହା ପରିବର୍ତନର ମୁଖ୍ୟ କାରଣ ହେବ ବୋଲି କହିଛନ୍ତି । ସେପଟେ ବିଜେଡି କହିଛି ଓଡିଶାରେ ସେଭଳି ସ୍ଥିତି ନାହିଁ ।

ମଧ୍ୟପ୍େରଦଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିପର୍ଯ୍ୟୟ ଭିତରେ ଏହି ଅନୁଭବୀ ବିଜେପି ନେତା କିନ୍ତୁ ଅନେକ ସମ୍ଭାବନା ଦେଖୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଲମ୍ବା ସମୟ ସରକାର ଥିବାରୁ ଲୋକ ପରିବର୍ତନ ପାଇଁ ମନ ବଳାଇଥିଲେ । ସେ ଆଶା ରଖିଛନ୍ତି ଓଡ଼ିଶାରେ ମଧ୍ୟ ସେପରି ହେବ ।

ବିଶେଷ କରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟ ସରକାର ବିରୋଧୀ ହାୱା ବା ଆଂଟି ଇନକମ୍ବେସୀ କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି । ତେଣୁ ଏହି ସମାନ କାରଣ ବିଜେଡି ସରକାର ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ତିନିଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଓଡ଼ିଶାରେ ବିଜେପି ଏହାକୁ ଏକ ସୁଯୋଗ ବୋଲି ଭାବୁଛି । ସରକାରୀ ବିରୋଧୀ ହାୱା ରାଜ୍ୟରେ ବହିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ସେପଟେ ବିଜେଡି କିନ୍ତୁ ରାଜ୍ୟରେ ସେମାନଙ୍କ ପ୍ରଦର୍ଶନ ଉପରେ ଭରସା କରିଛନ୍ତି ।