ଇଂଟରନ୍ୟାସନାଲ ଜୁନିଅର ସାଇନ୍ସ ଅଲମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିଲେ ବଲାଙ୍ଗୀରର ଅଂଶୁମାନ ତ୍ରିପାଠୀ

38

କନକ ବ୍ୟୁରୋ : ଇଂଟରନ୍ୟାସନାଲ ଜୁନିଅର ସାଇନ୍ସ ଅଲମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ପ୍ରତିନିଧିତ୍ୱ କରୁଥିବା ଅଂଶୁମାନ ତ୍ରିପାଠୀ । ଇଣ୍ଡୋନେସିଆରେ ଡିସେମ୍ବର ୨ ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ୭୩ ଟି ଦେଶର ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ବଲାଙ୍ଗୀରର ଅଂଶୁମାନ ତ୍ରିପାଠୀ । ରାଜସ୍ଥାନ କୋଟାର ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ଅଂଶୁମାନ ଭାରତର ଅନ୍ୟ ୫ ଜଣ ଛାତ୍ରଙ୍କ ସହ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ । ଅଂଶୁମାନଙ୍କ ସଫଳତାରେ ତାଙ୍କ ପରିବାରଲୋକେ ବେଶ ଗର୍ବିତ ।