ପୁଲିସ ମାଡରେ ଗୁରୁତର ଯୁବକର ମୃତ୍ୟୁ: ଏସସିବିରେ ଆଖି ବୁଜିଲେ ନରସିଂହପୁର ମାଳିସାହିର ଆକୁଳ ସେନାପତି

30

ନରସିଂହପୁର : ପୁଲିସ ମାଡରେ ଗୁରୁତର ହୋଇଥିବା ନରସିଂହପୁରର ଆକୁଳ ସେନାପତିଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସେ ଆଖି ବୁଜିଛନ୍ତି । ଗତ ୬ ତାରିଖ ଦିନ ନରସିଂହପୁର ଥାନାରେ ଆକୁଳ ସେନାପତିଙ୍କ ନାଁରେ ଜଣେ ମହିଳା ଅଭିଯୋଗ ଆଣିଥିଲେ । ୯ ତାରିଖ ଦିନ ନରସିଂହପୁର ଥାନା ପୁଲିସ ଆକୁଳଙ୍କୁ ମାଳିସାହି ଅଂଚଳରୁ ଗିରଫ କରିଥିଲେ ।

ସେହିଦିନ ରାତିରେ ପୁଲିସ ତାଙ୍କୁ ଗୁରୁତର ଭାବେ ପିଟିଥିବା ବେଳେ ତାଙ୍କ ମୁଣ୍ଡ ଆଉ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ତାଙ୍କୁ ପିଟିପିଟି ମାରିଦେଇଥିବା ଆକୁଳଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଏବଂ କ୍ଷତିପୂରଣ ଦାବି କରିଛି ।