ନନ୍ଦନକାନନରେ ନୂଆ ଅତିଥି । ୨ଶାବକଙ୍କୁ ଜନ୍ମ ଦେଲା ବାଘୁଣି ‘ଅଙ୍କିତା’

21

କନକ ବ୍ୟୁରୋ: ନନ୍ଦନକାନନରେ ନୂଆ ଅତିଥି । ୨ଶାବକଙ୍କୁ ଜନ୍ମ ଦେଲା ବାଘୁଣି ଅଙ୍କିତା । ମହାବଳ ବାଘ ରହୁଥିବା ପଛ ପାଖ ୨୮ ‘ଗ’ ରେ ନିର୍ମିତ ସ୍ୱତନ୍ତ୍ର ଖୁଆଡ ମଧ୍ୟରେ ଦୁଇଟି ଶାବକକୁ ଜନ୍ମ ଦେଇଛି ଅଙ୍କିତା । ଗତ କାଲି ରାତି ୧୦ଟା ୧୨ ମିନିଟ୍ରେ ପ୍ରଥମଟି ଓ ଦ୍ୱିତୀୟ ଶାବକଟିକୁ ୧୦ଟା ୪୦ ମିନିଟରେ ଜନ୍ମ ଦେଇଛି । ୨୦୧୨ ମସିହାରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷି ମିଳନରୁ ଜନ୍ମ ହୋଇଥିଲା ବାଘଣୀ ଅଙ୍କିତା । ଗତ ବର୍ଷ ଅକ୍ଟୋବର ୧ତାରିଖରେ ହାଇଦ୍ରାବାଦ ଚିଡିଆଖାନାରୁ ଆସିଥିବା ମହାବଳ ବାଘ ସୈଫ୍ ସହ ମିଳନରୁ ସାଧାରଣ ଭାରତୀୟ ରଙ୍ଗର ଶାବକ ଦୁଇଟିକୁ ଜନ୍ମ ଦେଇଛି ଅଙ୍କିତା । ଏହାସହ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୬କୁ ବୃଦ୍ଧି ହୋଇଛି ।

ଉଲ୍ଲେଖ ଥାଉଁ କି, ଗତକାଲି ରାତିରେ ନନ୍ଦନକାନନରେ ବାଘୁଣୀ ‘ଅଙ୍କିତା’ ନନ୍ଦନକାନନର ୨୮ ସି ଏନକ୍ଲୋଜର ମଧ୍ୟରେ ୨ଟି ଶିଶୁ ଶାବକ ଜନ୍ମ ଦେଇଛି। ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଦୁଇ ଶାବକଙ୍କୁ ମିଶାଇ ନନ୍ଦନକାନନର ବାଘ ସଂଖ୍ୟା ୨୬ରେ ପହଞ୍ଚିଛି ।ସେମାନଙ୍କ ମଧ୍ୟରୁ ୮ଟି ଧଳା ବାଘ( ୩ ଅଣ୍ଡିରା, ୫ ମାଈ) ଅଛନ୍ତି ।୧୬ଟି ସାଧାରଣ ରଙ୍ଗର ବାଘ ଥିବା ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

୨୦୧୨ ମସିହାରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷିଙ୍କ ମିଳନରୁ ଜନ୍ମ ହୋଇଥିଲା ‘ଅଙ୍କିତା‘। ଏବେ ତାକୁ ୫ ବର୍ଷ ବୟସ ହୋଇଛି। ଗତ ବର୍ଷ ଅକେ୍ଟାବର ୧ ତାରିଖରେ ହାଇଦ୍ରାବାଦ ଚିଡିଆଖାନାରୁ ଆସିଥିବା ମହାବଳ ବାଘ ‘ସେଫ୍ ’ ସହିତ ମିଳନ ହୋଇ ଗର୍ଭଧାରଣ କରିଥିଲା। ଗର୍ଭ ଧାରଣ ପରେ ଅଙ୍କିତା ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଥିଲା। ଗତକାଲି ରାତି ୧୦ଟା ୧୨ ମିନିଟରେ ପ୍ରଥମ ଶାବକ ଓ ୧୦ଟା ୪୦ ମିନିଟରେ ଦ୍ୱିତୀୟ ଶାବକକୁ ଅଙ୍କିତା ଜନ୍ମ ଦେଇଥିଲା । ଆଜି ସକାଳ୮ଟା ସୁଦ୍ଧା ଅଙ୍କିତା ଶାବକମାନଙ୍କ ଯତ୍ନ ଠିକ୍ ଭାବେ ନେଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।