ଆଜିଠୁ ଅମୃତସରରେ ଆରମ୍ଭ ହେଉଛି ହାର୍ଟ ଅଫ୍ ଏସିଆ ସମ୍ମିଳନୀ : ଦୁଇ ଦିନିଆ ସମ୍ମିଳନୀରେ ସାମିଲ ହେବେ ୪୦ ଦେଶର ପ୍ରତିନିଧି

34

ଅମୃତସର : ଆଜିଠୁ ଅମୃତସରରେ ଆରମ୍ଭ ହେଉଛି ହାର୍ଟ ଅଫ ଏସିଆ ସମ୍ମିଳନୀ । ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ପଂଜାବ ଓ ଅନ୍ୟ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ମିଳିତ ଭାବେ ହାର୍ଟ ଅଫ୍ ଏସିଆ ସମ୍ମିଳନୀକୁ ଉଦଘାଟନ କରିବେ । ଏଥିରେ ୪୦ଟି ରାଷ୍ଟ୍ରର ପ୍ରତିନିଧି ସାମିଲ ହେବେ । ଏଥିପାଇଁ ସମ୍ମିଳନୀ ହେବାକୁ ଥିବା ହୋଟେଲ ରେଡିସନ୍ ବ୍ଲ୍ୟୁ ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ମାର୍ଗରେ କଡା ନଜର ରଖାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବୈଦେଶିକ ପରାର୍ମଶଦାତା ସରତାଜ ଅଜିଜ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଯୋଗ ଦେବେ । କିନ୍ତୁ  ପାକିସ୍ତାନ ସହ ଭାରତ କୌଣସି ଦ୍ୱିପାକ୍ଷିକ ଆଲୋଚନା କରିବନି । ଅନ୍ୟପଟେ ସରତାଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ପରିବର୍ତନ କରିଛନ୍ତି । ଆଜି ବଦଳରେ ସେ ଆସନ୍ତାକାଲି ଭାରତରେ ପହଁଚିବେ ବୋଲି ସୂଚନା ମିଳିଛି ।