କାଳିଆ ହୁଣ୍ଡିରେ କଳା ଟଙ୍କା ! କଠୋର କଟକଣା ପରେ କଳା ଧନକୁ ଧଳା କରିବା ପାଇଁ ମିଳୁନି ବାଟ
କନକ ବ୍ୟୁରୋ : ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଛି ପାଖାପାଖି ୫ ଲକ୍ଷ ଟଙ୍କାର ଅଚଳ ନୋଟ୍ । ଗତକାଲି ଭକ୍ତଙ୍କ ଗହଳି ନଥିଲା, ହେଲେ ବଡଦେଉଳ ଭିତର କାଠ ନିକଟରେ ଥିବା ହୁଣ୍ଡିରେ ମୋଟ୍ ୬ଲକ୍ଷ ୯୫ ହଜାର ୯ ଶହ ୭୨ ଟଙ୍କା ପଡିଥିବା ଗଣତି ପରେ ଜଣାପଡିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କାର୍ତିକ ମାସ ପରେ କିଛି ଦିନ ଧରି ଭକ୍ତଙ୍କ ଗହଳି ହ୍ରାସ ପାଉଛି, ହେଲେ ହୁଣ୍ଡିରେ ଦାନ ପରିମାଣ ବୃଦ୍ଧି ପାଉଥିବା ଦେଖା ଯାଉଛି । ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ ଅଚଳ ଘୋଷଣାକୁ ୨୪ ଦିନ ଗଡିଗଲାଣି । ବିଶେଷ କରି ଦିନକୁ ଦିନ କଟକଣା କଠୋର ହେବାରୁ କଳା ଟଙ୍କାକୁ ଧଳା କରିବାକୁ ବାଟ ମିଳୁନାହିଁ । ଫଳରେ ଅଧିକ ପରିମାଣରେ ଅଚଳ ନୋଟ ହୁଣ୍ଡିରେ ପଡୁଥିବା ଅନୁମାନ କରାଯାଉଛି ।
ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି ଆୟକୁ ବ୍ୟାଙ୍କରେ ଜମା କରିଥାଏ । କିଏ ଦାନ କରୁଛି, କେତେ ଦାନ କରୁଛି ଏବଂ ଦାନ ଟଙ୍କା କେଉଁ ସୂତ୍ରରୁ ପାଇଛି ତାର ହିସାବ ରଖାଯାଏ ନାହିଁ । କଳା ଧନ ମହଜୁଦକାରୀ ଏପରି କରି ନିଜ ନିକଟରୁ ପୁରୁଣା ନୋଟ ହଟାଉଛନ୍ତି ।
ଦେଖନ୍ତୁ ଏହି ଭିଡିଓ –