ଗୁରୁ ହେବେ ବିଗ ବି ? ନୂଆ ଷ୍ଟାଇଲରେ ପରଦାକୁ ଆସିବେ ଅମିତାଭ

39

ବିଗ ବି ଅମିତାଭ ବଚ୍ଚନ ଅଭିନେତ୍ରୀ କଙ୍ଗନାଙ୍କ ଗୁରୁ ହେବେ । ଏହା ଶୁଣିଲା ପରେ ଆପଣ ଆଶ୍ୱର୍ଯ୍ୟ ହୋଇଗଲେ ନା, ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ବିଗ ବି ଅଭିତାଭ କଙ୍ଗନାଙ୍କ ଗୁରୁ କିପରି ହେବେ । କିନ୍ତୁ ଏହା ରିଅଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ କଙ୍ଗନାଙ୍କ ଗୁରୁ ହେବେ ।

ପ୍ରଥମ ଭାରତୀୟ ଦିବ୍ୟାଙ୍ଗ ଏଭରେଷ୍ଟ ଆରୋହଣକାରୀ ଅରୁଣିମା ସିହ୍ନାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ନିର୍ମାତା ଆର.ବାଲ୍ଲୀ । ଏହି କାହାଣୀର ମୁଖ୍ୟ ଭୂମିକାରେ ଅଭିନୟ କରିବେ କଙ୍ଗନା ରାୱତ ଏବଂ ତାଙ୍କ ସହ ଫିଲ୍ମଟିକୁ ଆହୁରି ଦମଦାର କରିବା ପାଇଁ ବାଲ୍ଲୀଙ୍କ ଭୂମିକାକୁ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ଶୁଣିବାକୁ ମିଳୁଛି ।

ଏହି ଭୂମିକାରେ ଅଭିନୟ କରିବେ ଅମିତାଭ ବୋଲି କୁହାଯାଉଛି । ବିଗ ବି ମଧ୍ୟ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି ବୋଲି କୁହାଯାଉଛି । ଏଥିରେ ଅମିତାଭ କଙ୍ଗନାଙ୍କ ଗୁରୁ ଭୂମିକାରେ ନଜର ଆସିବେ , ଯିଏକି ତାଙ୍କ ମନକୁ ଅସାମର୍ଥ୍ୟତାର ଭାବନାକୁ ଦୂରେଇ ପ୍ରତି ମୁହୁର୍ତ୍ତରେ ସାହସ ଭରି ଆଗକୁଯିବାର ପ୍ରେରଣା ଦେଉଥିବେ । ଉଭୟ ଅମିତାଭ ଓ କଙ୍ଗନା ପୂର୍ବ ନିର୍ଦ୍ଧାରିତ ପ୍ରୋଜେକ୍ଟଗୁଡିକୁ ଶେଷ କରିବା ପରେ ଏହାର ସୁଟିଂ ଆରମ୍ଭ କରାଯିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବାଲ୍ଲୀ ଭୂମିକାକୁ ନେଇ କୌଣସି ସ୍ୱଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି ।