ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ଭାବେ ପ୍ରସିଦ୍ଧ ଅଭିନେତା ମୋହନଲାଲ୍ । ଗତ ବର୍ଷ ତାଙ୍କର ଆସିଥିବା ଫିଲ୍ମ ‘ପୁଲିମୁରୁଗନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଓସ୍କାରରେ ଓରିଜିନାଲ୍ ସ୍କୋର ଓ ଓରଜିନାଲ୍ ଗୀତ କ୍ୟାଟଗୋରୀ ପାଇଁ ନୋମିନେଶନ ହୋଇସାରିଛି । ଫିଲ୍ମର ଆକର୍ଷଣ ଏହା ଯେ ମଲୟାଲୀ ଅଭିନେତା ମୋହନଲାଲଙ୍କର ଆକର୍ଷଣୀୟ ପୋଜ୍ ଓ ଆକ୍ସନ ଦୃଶ୍ୟ । ଫିଲ୍ମକୁ ବକ୍ସ ଅଫିସରେ ଓ ବିଶ୍ୱସ୍ତରରେ ଭଲ ରେସପନ୍ସ ମିଳିଥିବା କାରଣରୁ ଲୋକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ନିକଟରେ ମୋହନଲାଲ୍ ନିଜର ପୁଅ ପ୍ରଣବଙ୍କ ସହ ଏକ ପାର୍କରେ ଫିଲ୍ମର ସିଗ୍ନେଚର ପୋଜ୍ ସହ ନଜର ଆସିଛନ୍ତି । ମୋହନଲାଲ୍ ନିଜର ପୁଅଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଲାଗୁଛି ସେ ଫିଟନେସକୁ ନେଇ କେତେ ଆକ୍ଟିଭ୍ ଅଛନ୍ତି । ଖାଲି ଏତିକି ନୁହେଁ ସେ ନିଜର ପୁଅ ପ୍ରଣବଙ୍କ ଠାରୁ ମଧ୍ୟ ଛୋଟ ଦେଖାଯାଉଛନ୍ତି ।
ସୂଚନା ଯେ, ମୋହନଲାଲଙ୍କ ଆଗାମୀ ଫିଲ୍ମ ‘ଓଡିୟନ’ ଅଟେ । ଏହା ଏକ ଥ୍ରୀଲର ଫିଲ୍ମ ହେବ । ଏହି ଫିଲ୍ମରେ ତାଙ୍କୁ ନିଜର ୟଙ୍ଗ ଭର୍ସନ ଦେଖାଇବାକୁ ହେବ । ଯେଉଁଥିପାଇଁ ମୋହନଲାଲ୍ ଫିଟନେସକୁ ନେଇ ଖୁବ୍ ଧ୍ୟାନ ଦେଉଛନ୍ତି । ଟ୍ୱିଟରରେ ମୋହନଲାଲ୍ ନିଜର ପୁଅ ପ୍ରଣବ ମୋହନଲାଲ୍ ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କର ପୁଅ ତାଙ୍କୁ ଟ୍ରେନିଂ ଦେବାର ନଜର ଆସିଛି ।
ମୋହନଲାଲ୍ ନିଜର ଆଗାମୀ ଫିଲ୍ମ ‘ଓଡିୟନ’ ପାଇଁ କେବଳ ୫୧ ଦିନରେ ୧୮ କିଲୋ ଓଜନ କମେଇଛନ୍ତି । ଏହା ନିଶ୍ଚୟ ଚକିତ କଲା ଭଳି ହେବ । କାରଣ ଏତେ କମ୍ ସମୟ ଭିତରେ ଏତେ ପରିମାଣର ଓଜନ କମାଇ ପାରିଛନ୍ତି ସେ । ୫୭ ବର୍ଷିୟ ଏହି ଅଭିନେତା ଏବେ ଏତେ ଫିଟ୍ ଦେଖାଯାଉଛନ୍ତି କି ନିଜ ପୁଅ ପ୍ରଣବ ମଧ୍ୟ ଠାରୁ ଛୋଟ ଲାଗୁଛନ୍ତି । ନିଜର ଫିଟନେସ୍ ପାଇଁ ସେ ପୁଅର ସାହାଯ୍ୟ ନେଉଛନ୍ତି । ମୋହନଲାଲଙ୍କର ଆଗାମୀ ଫିଲ୍ମ ଏକ ଭଲ ମନୋରଂଜନଧର୍ମୀ ଫିଲ୍ମ ହେବ । ଜଣେ ବ୍ୟକ୍ତି କିପରି ଏକ ପଶୁ ପାଲଟିଯାଉଛି , ଏହା କେବଳ ଏକ ଟ୍ରିକ୍ ଅଟେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଏପରି କାହାଣୀ ନିଆଯାଇଛି ।
(ସୌଜନ୍ୟ-ଏନଡି ଟିଭି)