ଆଡଭାନୀଙ୍କୁ ଟିକେଟ୍ ଦେଲାନି ବିଜେପି ! ୨୦ ବର୍ଷ ପରେ ଗାନ୍ଧୀନଗରରେ ବଦଳିଲେ ପ୍ରାର୍ଥୀ, ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଅମିତ ଶାହା ।

331

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୮୪ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଦୀର୍ଘ ୨୦ ବର୍ଷ ଧରି ଗୁଜୁରାଟର ଗାନ୍ଧୀନଗରରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ଆସୁଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏଥର ଟିକେଟ୍ ଦେଇନି ଦଳ । ଏହି ଆସନରୁ ନୂଆ କରି ଲଢିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗାନ୍ଧୀନଗରରୁ ଆଡଭାନୀ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ କୁହାଯାଉଛି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦଳରେ ଲାଲକୃଷ୍ଣ ଆଡଭାନୀଙ୍କୁ ଅଣଦେଖା କରାଯାଉଛି । ତେବେ ବିଜେପି ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ତାଲିକାରେ ଆଡଭାନିଙ୍କ ନାଁ ନାହିଁ । ଆଉ କିଛିଦିନ ପରେ ଆସିବାକୁ ଥିବା ୨ୟ ତାଲିକାରେ ମଧ୍ୟ ଆଡଭାନୀଙ୍କ ନାଁ ଆସିବା ସମ୍ଭାବନା କମ । ଏଣୁ ନିର୍ବାଚନ ରାଜନୀତିରେ ତାଙ୍କର କ୍ୟାରିୟର ସମାପ୍ତ ହେଲା ବୋଲି କୁହାଯାଉଛି ।