ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିଏ କାହାକୁ ଦେବ ଟକ୍କର । ଜାଣନ୍ତୁ କେଉଁ ସଂସଦୀୟ କ୍ଷେତ୍ରରେ ୩ ଦଳରୁ କିଏ ହେଲେ ପ୍ରାର୍ଥୀ ?

497

କନକ ବ୍ୟୁରୋ: ଶାସକ ବିଜେଡିକୁ ମାତ୍ ଦେଇ ଓଡ଼ିଶାରେ ୧୨୦ ମିଶନ୍ ପୁରଣ ପାଇଁ ସେନାଙ୍କୁ ବାଛିଛି ବିଜେପି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଘୋଷଣା ହୋଇଛି ଓଡ଼ିଶା ପାଇଁ ୧୦ଟି ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା । ତେବେ ରାଜ୍ୟରେ ହେବାକୁଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଣ୍ଟିକୁଣ୍ଟି ମୋଟ୍ ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେହିଭଳି ଦଳ ପକ୍ଷରୁ କୌଣସି ପର୍ଯ୍ୟାୟର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ ।

ସେହିଭଳି ଆସନ୍ତା ଏପ୍ରଲ ୧୧ ତାରିଖରେ ହେବାକୁଥିବା ୪ଟି ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରୁ ୨ଟି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଚୂଡ଼ାନ୍ତ କରିପାରିଛି ଦଳ । ସେଥିମଧ୍ୟରେ ରହିଛି ନବରଙ୍ଗପୁର ପାଇଁ ବିଜେପିରେ ଯୋଗଦେଇଥିବା ବଳଭଦ୍ର ମାଝୀ ଏବଂ ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ଲୋକସଭା ଆସନ ପାଇଁ ଲଢ଼ିବେ । ସେହିପରି ବର୍ତ୍ତମାନ ଉଭୟ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସରୁ ପର୍ଯ୍ୟାୟକ୍ରମେ ଘୋଷଣା ହୋଇଥିବା ସଂସଦୀୟ କ୍ଷେତ୍ରରୁ କାହା କାହା ମଧ୍ୟରେ ଲଢ଼େଇ ହେବ ଦେଖନ୍ତୁ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ-(ଏପ୍ରିଲ ୧୧)

ନବରଙ୍ଗପୁର ଲୋକସଭା ଆସନ:
ରମେଶଚନ୍ଦ୍ର ମାଝୀ (ବିଜେଡି)
ପ୍ରଦୀପ ମାଝୀ (କଂଗ୍ରେସ)
ବଳଭଦ୍ର ମାଝୀ (ବିଜେପି)

ବ୍ରହ୍ମପୁର ଲୋକସଭା ଆସନ:
ଚନ୍ଦ୍ରଶେଖର ସାହୁ (ବିଜେଡି)
ଭି.ଚନ୍ଦ୍ରଅଶେଖର ନାଇଡୁ (କଂଗ୍ରେସ)
ଭୃଗୁ ବକ୍ସିପାତ୍ର( ବିଜେପି)

କଳାହାଣ୍ଡି ଲୋକସଭା ଆସନ:
ପୁଷ୍ପେନ୍ଦ୍ର ସିଂହଦେଓ (ବିଜେଡି)
ଭକ୍ତଚରଣ ଦାସ (କଂଗ୍ରେସ)
ବିଜେପି (ଘୋଷଣା ହୋଇନି)

କୋରାପୁଟ ଲୋକସଭା ଆସନ:
କୌଶଲ୍ୟା ହିକକା ବିଜେଡି
ବିଜେପି (ଘୋଷଣା ହୋଇନି)
କଂଗ୍ରେସ (ଘୋଷଣା ହୋଇନି)

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ (ଏପ୍ରିଲ ୧୮)

ସୁନ୍ଦରଗଡ଼ ଲୋକସଭା ଆସନ:
ସୁନୀତା ବିଶ୍ୱାଳ (ବିଜେଡି)
ଜର୍ଜ ତିର୍କୀ (କଂଗ୍ରେସ)
ଜୁଏଲ ଓରାମ ( ବିଜେପି)