ଭାରତ ପ୍ରତି ଚିନ୍ ଓ ପାକିସ୍ତାନ ଆଡୁ ବଢୁଛି ବିପଦ ! ଚାଇନା ବୋର୍ଡରରେ ଅମ୍ବାଲା ଓ ହାସିମାରାରେ ରାଫାଲ ଜେଟ ମୁତୟନ କରିବ ବାୟୁସେନା

96

କନକ ବ୍ୟୁରୋ : ଭାରତ ପ୍ରତି ଚିନ୍ ଓ ପାକିସ୍ତାନ ଆଡୁ ବଢୁଛି ବିପଦ । ଚାଇନା ସୀମାରେ ସୁରକ୍ଷା ବଢାଇଲା ଭାରତ । ଅମ୍ବାଲା ଓ ହାସିମାରାରେ ରାଫାଲ ଜେଟ ମୁତୟନ କରିବ ବାୟୁସେନା । ଗୋଟିଏ ପଟେ ଚିନ୍ ଓ ପାକିସ୍ତାନ ମଧ୍ୟରେ ବନ୍ଧୁତା ବଢୁଥିବାବେଳେ ଅନ୍ୟପଟେ ସୀମାରେ ଚିନ୍ ପାଟ୍ରୋଲିଂକୁ ଜୋରଦାର କରିଛି । ଏହାକୁ ନଜରରେ ରଖି ହରିୟାଣାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମାରାରେ ରାଫାଲ ଜେଟ ମୁତୟନ କରିବାକୁ ନିଷ୍ପତି ନେଇଛି ବାୟୁସେନା ।