ଓଡ଼ିଶାର ନମ୍ବର-୧ ଏଫ୍.ଏମ୍. ରେଡିଓ ଚକଲେଟ୍ କଲେଜ ଛାତ୍ରଛାତ୍ରୀ ମାନଙ୍କ ବିବିଧ ପ୍ରତିଭାର ପରିପ୍ରକାଶ ପାଇଁ ଚକଲେଟ୍ ଅଲରାଉଣ୍ଡର ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଜି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ରେଡିଓ ଚକଲେଟ୍ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରତିଯୋଗୀତାରେ ୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଏବଂ ଛଅ ଶହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଆରଜେ ଅନିଲ, ଆରଜେ କୋମଲ, ଆରଜେ ନିଲଙ୍କ ପରିଚାଳନାରେ ପ୍ରତିଯୋଗିତାଟି ସୁଚାରୁ ରୂପେ ଶେଷ ହୋଇଥିଲା । କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସୁମଧୁର କଣ୍ଠ ସ୍ୱରରେ ପ୍ରତିଯୋଗୀତା ଆହୁରି ମନ୍ତ୍ରମୁଗ୍ଧକର ହୋଇ ପାରିଥିଲା । ପ୍ରତିଯୋଗିତାରେ ଶଶାଙ୍କ ଶେଖର, ନାରାୟଣ ନାୟକ ଏବଂ ସୌମ୍ୟାଶ୍ରୀ ଦାସ ଫାଇନାଲିଷ୍ଟ ଭାବରେ ବିବେଚିତ ହୋଇଥିଲେ ଏବଂ ଟେକନୋ ମୋବାଇଲସର ଇଷ୍ଟ୍ ଜୋନ୍ ମାର୍କେଟିଂଗ୍ ଅଫିସର୍ ରାକେଶ କୁମାର ପାଢ଼ୀଙ୍କ ଠାରୁ ଉପହାର ଗ୍ରହଣ କରିଥିଲେ । ଏହି ଇଭେଂଟର ପ୍ରଯୋଜକ ଥିଲେ ଅମ୍ବୃତ ୱାଟର, ଟେକନୋ ମୋବାଇଲସ୍, ଓରାଇମୋ, ଏଲ୍. ଆଇ. ସି., ଲକ୍ଷ୍ମୀ ମୋବାଇଲସ୍, ବରା କାକରା, ରାପିଡ଼ୋ ବାଇକ୍ ଟ୍ୟାକ୍ସି୍, ଏସ୍.ବି.ଆଇ, ସଫଲ, ହ୍ୱାଟସ କୁକିଙ୍ଗ୍ ।
ରେଡିଓ ଚକଲେଟର ଏହି ଇଭେଂଟରେ ମେଡ଼ିଆ ପାର୍ଟନ୍ର ସମ୍ବାଦ, କନକ ନ୍ୟୁଜ୍, ଓଡ଼ିଶା ସନଟାଇମସ ଓ ଆଉଟଡ଼ୋର୍ ପାର୍ଟନର ହିନ୍ଦୁସ୍ତାନ ଆର୍ଡ଼ଭାଟାଇଜିଙ୍ଗ୍ ଏଜେନ୍ସି । ଏହା ପରେ ଜୁପିଟର୍ +୨ ସାଇନସ କଲେଜ, ହାଇଟେକ୍ କଲେଜ, ଗୀତା ଇଂଜିନିୟରିଂ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ସିଟି କଲେଜ କଟକ, କେ.ଏମ୍.ବି.ବି. ଇଂଜିନିୟରିଂ କଲେଜ, କିଟ୍ କଲେଜରେ ଏହି ଚକଲେଟ୍ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ୍ ତରଫରୁ ସୂଚନା ମିଳିଛି ।