ଆଲହାବାଦରେ ଜମୁଛି ସାଗର ସଂଗମ ମେଳା: ତ୍ରିବେଣୀ ଘାଟରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

26

କନକ ବ୍ୟୁରୋ : ଆସନ୍ତାକାଲି ମକର ସଂକ୍ରାନ୍ତି । ଆଲହାବାଦରେ ଚାଲିଛି ସାଗର ମେଳା । ୪ ଦିନ ହେବ ଏହି ମେଳା ଜମୁଛି । ଆଜି ସକାଳୁ ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ ସାଗର ସଂଗମରେ ବୁଡ ପକାଇଛି । ତେବେ ଏ ବର୍ଷ କୁମ୍ଭମେଳା ନଥିବାରୁ ସାରଗ ମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି ।

ପୂର୍ଣ୍ଣନଦୀ ଗଂଗା, ଯମୁନା ଓ ସରସ୍ୱତୀଙ୍କ ସଂଗମ ସ୍ଥଳରେ ବୁଡ ପକାଇଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ସଙ୍ଗମ ସ୍ଥଳରେ ପିତୃପୁରୁଷଙ୍କ ଅସ୍ତି ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ । ଆସନ୍ତାକାଲି ୩୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶଙ୍କା କରାଯାଉଛି । ତେବେ ଶ୍ରଦ୍ଧାଳୁଙ୍କ ଗହଳିକୁ ନଜରରେ ରଖି କଡା ସୁରାକ୍ଷା ବ୍ୟବସ୍ଥା କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ :