୨୦୧୯ ନିର୍ବାଚନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା

24

କନକ ବ୍ୟୁରୋ : ଜାରି ରହିଛି ସର୍ବଦଳୀୟ ବୈଠକ । ୨୦୧୯ ନିର୍ବାଚନ ପ୍ରସଙ୍ଗ ନେଇ ବୈଠକରେ ହେଉଛି ଆଲୋଚନା । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ସର୍ବଦଳୀୟ ବୈଠକ । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଡକାଇଥିବା ଏହି ବୈଠକରେ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ଯୋଗ ଦେଇଛନ୍ତି ।

ବିଶେଷ କରି ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି । ଭୋଟର ତାଲିକା ସଂଶୋଧନ, ଇଭିଏମ, ଭିଭିପାଟ୍ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବୁଥ୍ ସ୍ତରୀୟ ଏଜେଂଟ୍ ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି । ଏହି ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସାମିଲ ହୋଇଥିବା ବେଳେ ବିଜେପିରୁ ସମୀର ମହାନ୍ତି ଓ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇଛନ୍ତି ।