୨୦୦ ମିଟରରେ ରୌପ୍ୟ ଜିତିବା ପରେ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ଦୂତିଙ୍କୁ ମୋଟ ୩କୋଟି ପ୍ରଦାନ କରିବେ ରାଜ୍ୟ ସରକାର

51

କନକ ବ୍ୟୁରୋ : ଏସିଆନ୍ ଗେମ୍ସରେ ଚମକ୍ରାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଦୂତି ଚାନ୍ଦ । ତାଙ୍କର ଏହି ସଫଳତା ଯୋଗୁଁ ଆଜି ଦେଶ ସହ ଓଡ଼ିଶା ମଧ୍ୟ ବେଶ୍ ଗର୍ବିତ । ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡିଆ ଧାବିକା ଦୂତି । ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି ଓଡିଆ ଝିଅ ।

ଆଉ ଏହି ବିଜୟ ପରେ ଏବେ ଦୂତିଙ୍କ ନିକଟକୁ ଛୁଟିଛି ପ୍ରଂଶସାର ସୁଅ । ତେବେ ତାଙ୍କର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଦେଢ଼ କୋଟି ଘୋଷଣା କରିଛନ୍ତି । ଏହାସହ ଆଗାମୀ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ୧୦୦ ମିଟର ଦୌଡ଼ରେ ରୁପା ଜିତିବା ପରେ ଦେଢ଼ ଘୋଟି ଘୋଷଣା କରିଥିଲେ । ଏହିପରି ଭାବେ ଦୂତିଙ୍କୁ ମୋଟ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବେ ରାଜ୍ୟ ସରାକର ।

ଯାଜପୁରର ଝିଅ ଦୂତିଙ୍କ ପାଇଁ ଜାକର୍ତ୍ତାରେ ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ଏତେ ସହଜ ନଥିଲା । ଅନେକ ଘାତ ଓ ପ୍ରତିଘାତକୁ ପାଦରେ ଆଡେଇ ଚାନ୍ଦି ଜିତିଛନ୍ତି ଚାନ୍ଦ । ସଂଘର୍ଷ ଓ ସଫଳତାର ଏହି ଲମ୍ବା କାହାଣୀ ଭିତରେ କିନ୍ତୁ ୨୦୧୪ ମସିହାରେ ଦୂତିଙ୍କ ସହ ଘଟିଯାଇଥିଲା ଏମିତି ଏକ ଘଟଣା । ଯାହା ତାଙ୍କ ଆଥଲେଟିକ୍ କ୍ୟାରିୟର ନେଇ ସୃଷ୍ଟି ହୋଇଥିଲା ଏକ ବଡ ପ୍ରଶ୍ନବାଚୀ । ତାଙ୍କ ଦେହରେ ଥିବା ଏକ ହରମୋନକୁ ନେଇ ଉଠିଥିଲା ଆପତି । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଥିବା ସୂନା ଝିଅ ଦୁତିଙ୍କ ହାତରେ ଆଜି ରୁପା ପଦକ ।