ଉତ୍ତରପ୍ରଦେଶ : ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ

0

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଖିଳେଶ ଯାଦବ । ଗତକାଲି ସଂଧ୍ୟାରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସପାର ଶୋଚନୀୟ ପରାଜୟ ପରେ ଏବେ ଅଖିଳେଶଙ୍କ ଠାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ କାଢି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପାରିବାରିକ କନ୍ଦଳ ସହ ଛନ୍ଦି ହୋଇଥିବା ଅଖିଳେଶଙ୍କୁ ବିଧାନସଭା ନିର୍ବାଚନ ପରାଜୟ ମହଙ୍ଗା ପଡିପାରେ ।

Comments are closed.