ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ଘରେ ବାଜିବ ସାହାନାଈ ! ଆକାଶଙ୍କ ହାତ ଧରିବେ ଶ୍ଲୋକା, ସୋସିଆଲ ମିଡିଆରେ ନିବର୍ନ୍ଧର ଫଟୋ ଭାଇରାଲ । ଜାଣନ୍ତୁ କଣ କରନ୍ତି ମୁକେଶ ଅମ୍ବାନିଙ୍କ ବୋହୂ

56

ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ଘରେ ବାଜିବ ସାହାନାଇ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ଏସିଆର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀଙ୍କ ବଡପୁଅ ଆକାଶ ଅମ୍ବାନିଙ୍କ ବାହାଘରକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଆକାଶଙ୍କ ଡ୍ରିମଗର୍ଲ କିଏ ? ସେ କଣ କରନ୍ତି । ଏପରିକି କିଛି ଦିନ ପୂର୍ବେ ଆକାଶଙ୍କ ବିବାହ କାର୍ଡକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଆକାଶଙ୍କ ବିବହା କାର୍ଡର ମୂଲ୍ୟ ୧.୫ ଲକ୍ଷ ଟଙ୍କା ବୋଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । କାରଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆକାଶ ଅମ୍ବାନି । ରିପୋର୍ଟ ଅନୁଯାୟୀ, ଗୋଆରେ ଆକାଶଙ୍କ ନିବର୍ନ୍ଧ ଶେଷ ହୋଇଛି । ଶନିବାର ଆକାଶଙ୍କ ନିବର୍ନ୍ଧ ଦେଶର ବଡ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଛୋଟ ଝିଅ ଶ୍ଲୋକା ମେହେତାଙ୍କ ସହ ହୋଇଛି । ନିବର୍ନ୍ଧ ସମୟର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଶ୍ଲୋକାଙ୍କ ହାତ ଧରିବେ ଆକାଶ । ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଶ୍ଲୋକାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ଆକାଶ । ଚଳିତବର୍ଷ ଶେଷ ଆଡକୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହୋଇଛି । ତେବେ ଉଭୟଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଶନିବାର ଗୋଆର ଏକ ରିସୋର୍ଟରେ ଉଭୟ ପରିବାରର କିଛି ହାତଗଣତି ଅତିଥିଙ୍କ ଉପସ୍ଥିତିରେ ଏହି ନିବର୍ନ୍ଧ ହୋଇଥିଲା । ଆକାଶ ଓ ଶ୍ଲୋକା ଉଭୟ ପରସ୍ପରକୁ ସ୍କୁଲ ପଠିବା ସମୟରୁ ହିଁ ଜାଣିଛନ୍ତି । କାରଣ ଉଭୟ ଧୀରୁଭାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକାସାଙ୍ଗରେ ପାଠ ପଢିଛନ୍ତି । ତେବେ ଦେଶର ସବୁଠାରୁ ଧନୀ ଘରର ବୋହୂ ସାଜିବାକୁ ଯାଉଥିବା ଶ୍ଲୋକାଙ୍କ ବିଷୟରେ ଆସନ୍ତୁ ଜାଣିବା ।

ରିପୋର୍ଟ ଅନୁଯାୟୀ, ଶ୍ଲୋକା ଓ ଆକାଶ ପରସ୍ପରକୁ ସ୍କୁଲରେ ପଢିବା ସମୟରୁ ହିଁ ଜାଣିଛନ୍ତି । ତେବେ ସ୍କୁଲ ପଢା ଶେଷ କରିବା ପରେ ପ୍ରିଷ୍ଟନ ବିଶ୍ୱବିଦ୍ୟାଳୟରୁ ଆନ୍ଥ୍ରୋପଲୋଜିରେ ଡିଗ୍ରୀ ହାସଲ କରିଛନ୍ତି । ଏହାଛଡା ଆଇନରେ ମଧ୍ୟ ସ୍ନାତକ ହାସଲ କରିଛନ୍ତି ଶ୍ଲୋକା । ଏହାପରେ ଭାରତକୁ ଫେରି ନିଜ ବାପାଙ୍କ ବ୍ୟବସାୟରେ ଏଣ୍ଟ୍ରି ମାରିଥିଲେ ଶ୍ଲୋକା । ଏପରିକି ୨୦୧୪ ମସିହାରେ ରୋଜି ବ୍ଲୁ ଫାଉଣ୍ଡସେନର ଡାଇରେକ୍ଟର ପଦ ସମ୍ଭାଳିଥିଲେ ଆକାଶଙ୍କ ଭାବି ପତ୍ନୀ । ଏହାଛଡା କନେକ୍ଟଫର ନାମକ ଏକ ସଂସ୍ଥାର କୋ-ଫାଉଣ୍ଡର ମଧ୍ୟ ରହିଛନ୍ତି ଶ୍ଲୋକା ।