ବଡ ପରଦାରେ ରେଡ୍ !

26

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଅଜୟ ଦେବଗନ,ଇଲିଆନା ଡିକ୍ରୁଜ ଓ ସୌରଭ ଶୁକ୍ଳାଙ୍କ ଅଭିନୀତ ଫିଲ୍ମ ରେଡ୍ । ଆଜି ସାରା ଦେଶରେ ଏହି ସସପେନ୍ସ ଥ୍ରୀଲର ଫିଲ୍ମଟିକୁ ରିଲିଜ କରାଯାଇଛି । ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଏକ ସତ କାହାଣୀ ଉପରେ ପର୍ଯ୍ୟବେଶିତ । ୧୯୮୦ ମସିହାରେ ଉତରପ୍ରଦେଶରେ ହୋଇଥିବା ଏକ ହାଇପ୍ରୋଫାଇଲ ଇନକମ ଟାକ୍ସ ରେଡ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ ।

ଅଜୟ ଦେବଗନ ଜଣେ ଇନକମ ଟାକ୍ସ ଅଫିସର ଭାବେ ନଜର ଆସିଛନ୍ତି । ଅଜୟଙ୍କର ଜବରଦସ୍ତ ଆକ୍ସନପ୍ୟାକ ମଧ୍ୟ ଦେଖିବାକୁ ମିଳିଛି ଫିଲ୍ମ ରେଡରେ । ଜବରଦସ୍ତ ଡାଏଲଗ ସହ ସୁନ୍ଦର ଗୀତ ମଧ୍ୟ ସ୍ଥାନ ପାଇଛି ଫିଲ୍ମରେ । ଫିଲ୍ମ ରେଡ୍ ଭାରତରେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ୟୁଏଇରେ ରିଲିଜ ହୋଇଥିଲା । ସେଠାରେ ଫିଲ୍ମକୁ ଭଲ ରେସପନ୍ସ ମିଳିଛି । ୟୁଏଇର ଦର୍ଶକଙ୍କ ସମେତ ଫିଲ୍ମ ସମୀକ୍ଷକ ଫିଲ୍ମର କାହାଣୀକୁ ବହୁତ ପସନ୍ଦ କରିଛନ୍ତି । ବିଶେଷ କରି ଅଜୟ ଦେବଗନ ଓ ସୌରଭ ଶୁକ୍ଳାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଛି ।