ଭୁବନେଶ୍ୱରରୁ ଉଡିଲା ଅନ୍ତର୍ଜାତୀୟ ବିମାନ :୧୫୯ ଯାତ୍ରୀଙ୍କୁ ନେଇ ମାଲେସିଆ ଗଲା ଏୟାର ଏସିଆ

32

କନକ ବ୍ୟୁରୋ : ଆନ୍ତର୍ଜାତୀୟ ମାନ୍ୟତା ମିଳିବାର ୩ ବର୍ଷ ପରେ ଭୁବନେଶ୍ୱରରୁ ଉଡିଲା ଅନ୍ତର୍ଜାତୀୟ ବିମାନ । ୧୫୯ ଜଣ ଯାତ୍ରୀଙ୍କୁ ନେଇ ମାଲେସିଆ ଗଲା ଏୟାର ଏସିଆ ବିମାନ ଏକେ-୩୦ । ତେବେ ପ୍ରଥମରୁ ହିଁ ବିଳମ୍ବ । ରାତି ପ୍ରାୟ ୧ଟା ୫୫ ବଦଳରେ ୧୨ ଟା ୪୦ରେ ବିମାନ ଛାଡିଥିଲା ।

ସେହିପରି ଭୁବନେଶ୍ୱରରେ ପହଂଚିଛି ମାଲେସିଆ ବିମାନ । ରାତି ୧୧ ଟା ୨୫ ବଦଳରେ ୧୨ଟା ୦୮ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଫ୍ଲାଇଟ୍ ପହଁଚିଥିଲା । ବିମାନରେ ଥିଲେ ୯୫ ଜଣ ଯାତ୍ରୀ । ଏଥିରେ କିଛି ଓଡିଆ ଓ ମାଲେସିୟଙ୍କ ସହ ବିଦେଶୀ ଯାତ୍ରୀ ଆସିଥିଲେ । ୧୧୯ ଯାତ୍ରୀ ଆଣିଲା ମାଲେସିଆ ବିମାନ ।

ସପ୍ତାହକୁ ୪ ଦିନ ଉଡିବ ଏୟାର ଏସିଆ ବିମାନ । ଭୁବନେଶ୍ୱର ଅଭିମୁଖେ କ୍ୱାଲାଲୁମ୍ପୁରରୁ ବିମାନ ସ୍ଥାନୀୟ ସମୟ ଅନୁଯାୟୀ ରାତି ୧୦ ଟା ୧୦ରେ ବାହାରିବ । ଭୁବନେଶ୍ୱର ସମୟ ଅନୁଯାୟୀ ରାତି ୧୧ ଟା ୨୫ରେ ଅବତରଣ କରିବ । ସପ୍ତାହକୁ ୪ ଦିନ ଉଡିବ ।

ସେହିପରି ରାତି ୧୧ ଟା ୫୫ରେ ଉଡାଣ ଆରମ୍ଭ କରି ଏହା କ୍ୱାଲାଲୁମ୍ପୁରରେ ସ୍ଥାନୀୟ ସମୟ ସକାଳ ୬ଟା ୨୦ରେ ପହଁଚିବ । ବିମାନଟି ଭୁବନେଶ୍ୱରରୁ କ୍ୱାଲାଲୁମ୍ପୁର ଯିବାକୁ ୩ ଘଂଟା ୫୫ ମିନିଟ୍ ଏବଂ କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସିବାକୁ ୩ ଘଂଟା ୪୫ ମିନିଟ୍ ସମୟ ନେବ ।