ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ : ଇଂଜିନିୟରିଂ ପାଠପଢା ପାଇଁ ଏଂଟ୍ରାନ୍ସ ଦେଇଛନ୍ତି ଦେଶର ୧୨ ଲକ୍ଷ ଛାତ୍ରଛାତ୍ରୀ

35

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଜେଇଇ ମେନ୍ ରେଜଲ୍ଟ । ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା । ଛାତ୍ରଛାତ୍ରୀ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଜେଇଇମେନ୍ ଡଟ୍ ଏନ୍ଆଇସି ଡଟ୍ ଇନରେ ସେମାନଙ୍କ ଫଳାଫଳ ଜାଣିପାରିବେ । ଏଥର ସାରାଦେଶରୁ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡିଶାରୁ ୪୫ ହଜାର ୫ଶହ ପରୀକ୍ଷାର୍ଥୀ ଅଛନ୍ତି । ଗତ ଏପ୍ରିଲ ୨ରେ ଅଫଲାଇନ୍ ଏବଂ ୮ ଏବଂ ୯ ତାରିଖରେ ଅନଲାଇନ୍ ପରୀକ୍ଷା ହୋଇଥିଲା ।

ଜେଇଇ ମେନ୍ ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଦେଶ ତଥା ରାଜ୍ୟର ବିଭିନ୍ନ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ସୁଯୋଗ ପାଇବେ । ପ୍ରଥମ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଆଇଆଇଟିରେ ପଢିବା ଲାଗି ଜେଇଇ ଆଡଭାନ୍ସ ପରୀକ୍ଷା ଦେବାର ସୁଯୋଗ ପାଇବେ ।