ଚୀନ ଓ ପାକିସ୍ତାନକୁ ମାତ ଦେବ ଅଗ୍ନି-୫ କ୍ଷେପଣାସ୍ତ୍ର ! ଆଜି ହ୍ୱିଲର ଦ୍ୱୀପରୁ ୬ଷ୍ଠ ଥର ପାଇଁ ହେବ ପରୀକ୍ଷଣ

29

କନକ ବ୍ୟୁରୋ : ଆଜି ଭାରତର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ହେବ । ପାଗ ଅନୁକୂଳ ରହିଲେ, ଧାମରାସ୍ଥିତ ହ୍ୱିଲର ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଏହି ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ୫ ଥର ଯାକ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ଆଜି ଏହାର ଷଷ୍ଠ ପରୀକ୍ଷଣ ହେବ । ଏହା ମଧ୍ୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ।

ଅଗ୍ନି-୫ର ଲକ୍ଷ୍ୟ ଭେଦି କ୍ଷମତା ୫ରୁ ୮ ହଜାର କିଲୋମିଟର । ଏହି କ୍ଷେପଣାସ୍ତ୍ର ପରୀକ୍ଷା ପରେ ଭାରତ ତାର ଅନ୍ୟତମ ପାରମ୍ପରକି ଶତ୍ରୁ ଚୀନ ପ୍ରତି ବିପଦ ସୃଷ୍ଟି କରି ପାରିଛି । ଅନ୍ତରମହାଦେଶୀୟ ବାଲାଷ୍ଟିକ ମିସାଇଲ୍ ଡଙ୍ଗପେଙ୍ଗ-୫ଏର ଜବାବ ଦେବାକୁ ଅଗ୍ନି-୫ ସକ୍ଷମ ବୋଲି ବିଶେଷଜ୍ଞ ମତା ଦେଇଛନ୍ତି ।