ବାୟୁସେନାରେ ସାମିଲ ପାଇଁ ଅଗ୍ନି-୪ର ଚୂଡାନ୍ତ ପରୀକ୍ଷଣ ସଫଳ! ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତକ୍ଷେପଣ

21

କନକ ବ୍ୟୁରୋ: ବାୟୁସେନାରେ ସାମିଲ ହେବା ପାଇଁ ଅଗ୍ନି -୪ କ୍ଷେପଣାସ୍ତ୍ରର ଚୂଡାନ୍ତ ପରୀକ୍ଷଣ ସଫଳ ହୋଇଛି । ବାଲେଶ୍ୱର ଚାନ୍ଦପୁର କ୍ଷେପଣାସ୍ତ୍ର ଘାଟିର ୪ନମ୍ବର ଲଂଚ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଛି । ୧୧ଟା ୫୦ରେ ଏହି ପରୀକ୍ଷଣ କରାଯାଇଛି ।

ଏହି କ୍ଷେପଣାସ୍ତ୍ର ସେକେଣ୍ଡକୁ ୨.୫ କି.ମି ବେଗରେ ଗତି କରି ନିର୍ଦ୍ଧାରିତ ୧୬ ମିନିଟରେ ୪୦୦୦ କିଲୋମିଟର ପରିଧିରେ ଲକ୍ଷ୍ୟଭେଦ କରିବାର କ୍ଷମତା ବହନ କରୁଛି । ଏହି କ୍ଷେପଣାସ୍ତ୍ର ଓଜନ ୧୭ ଟନ ହୋଇଥିବାବେଳେ ଏହାର ଲମ୍ବ ୨୦ ମିଟର, ମୋଟେଇ ୨ ମିଟର ।

ଏହା ଏକ ଟନ୍ ଓଜନର ମାରକଶକ୍ତି ବହନ କରିବାକୁ ସମର୍ଥ । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଅଗ୍ନି-୪ର ନିର୍ମିତ ହୋଇଛି ।