ବରଗଡ : ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ରାଜୁତି କରିବେ ମହାରାଜ କଂସ । ଧନୁଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ମଥୁରାନଗରୀ । ଅମ୍ବାପଲ୍ଲୀ ପାଲଟିବ ଗୋପପୁର । ରଙ୍ଗମହଲରେ ଶୁଭିବ ମହାରାଜା କଂସଙ୍କ ଅଟ୍ଟହାସ୍ୟ । ମହାରାଜାଙ୍କ ମନୋରଂଜନ ପାଇଁ ବିଦେଶୀ ନୃତ୍ୟଶିଳ୍ପୀ ବି ପ୍ରସ୍ତୁତ ଅଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କୃଷ୍ଣଙ୍କ ବାଲ୍ୟଲୀଳା ପାଇଁ ପ୍ରସ୍ତୁତ ଗୋପପୁର । ଜୀରା ନଦୀ ପାଲଟିବ ଲବଣୀ ଚୋରଙ୍କ ପାଇଁ ଯମୁନା, ବରଗଡର ସମସ୍ତ ସଦସ୍ୟ ପାଲଟି ଯିବେ ଧନୁଯାତ୍ରାର ଜଣେ ଜଣେ କଳାକାର ।
୧୧ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଉ ଧନୁଯାତ୍ରା ସମୟରେ ବଦଳିଯିବ ପ୍ରଶାସନର ଢାଂଚା, ମହାରାଜାଙ୍କ କଂସଙ୍କ ରାଜୁତିରେ ଚାଲିବ ବରଗଡ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :