ପୁଣି ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ : ହନ୍ଦୱାଡା ୩୦ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାମ୍ପ ଉପରେ ଆକ୍ରମଣ

17

କନକ ବ୍ୟୁରୋ : ପୁଣି ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ହନ୍ଦୱାଡାର ଲଙ୍ଗେଟା ଆର୍ମି ବେସ୍ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆକ୍ରମଣର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ପାଲଟା ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ହନ୍ଦୱାଡା ଠାରେ ଥିବା ଭାରତୀୟ ସେନାର ୩୦ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହାର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ ।