ଅଚଳ ଟଙ୍କା ସଚଳ ଦଲାଲ୍ : ଆଦିବାସୀ ଇଲାକାରେ ଚାଲିଛି ବେଧଡକ ନୋଟ୍ ନିଲାମୀ

33

ନବରଙ୍ଗପୁର : ବଡ ନୋଟ୍ ଅଚଳ ପରେ ମାତିଛନ୍ତି ଦଲାଲ । ବିଶେଷ କରି ଆଦିବାସୀ ଇଲାକାରେ ସକ୍ରୀୟ ହୋଇ ଉଠିଛନ୍ତି ଏହି ଦଲାଲ । ବେଧଡକ ଭାବେ ଚାଲିଛି ନୋଟ୍ ନିଲାମୀ । ନବରଙ୍ଗପୁର ଅଂଚଳର ଗରିବ ଆଦିବାସୀଙ୍କ ସରଳତାର ଫାଇଦା ନେଇ ସେମାନଙ୍କୁ ଲୁଟି ଚାଲିଛନ୍ତି ଛତିଶଗଡ଼ର ଦଲାଲ । ୫୦୦ଟଙ୍କିଆ ବଦଳରେ ଆଦିବାସୀଙ୍କୁ ୪୦୦ ଟଙ୍କା ଦେଇ ମାଲାମାଲ ହେଉଛନ୍ତି ଏହି ଦଲାଲମାନେ ।

ଏବେ ଅମଳ ବେଳ ହୋଇଥିବାରୁ ବ୍ୟାଙ୍କ ଲାଇନରେ ଘଂଟା ଘଂଟା ଛିଡା ହେବାକୁ ସେମାନଙ୍କ ପାଖରେ ସମୟ ନାହିଁ । ଚାଷ କାମ ଛାଡି ବ୍ୟାଙ୍କ ଯିବାକୁ ନାରାଜ ହେଉଛି ଚାଷୀ । ଏହାର ସୁଯୋଗ ନେଇ ନିରୀହ ଆଦିବାସୀଙ୍କୁ ଠକିବା ପାଇଁ ଗାଁ ଗାଁ ବୁଲୁଛନ୍ତି ଦଲାଲ । ନିରୁପାୟ ହୋଇ ଶେଷରେ ଦଲାଲ ହାତରେ ବଡ ନୋଟ୍ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଗରିବ ଲୋକ । ଆଉ ୫୦୦ ଟଙ୍କିଆ ନୋଟ ବଦଳାଇ ୧୦୦ ଟଙ୍କାର ମୁନାଫା କମାଉଛନ୍ତି ଦଲାଲ ।