ନିଶାମୁକ୍ତ ଓଡିଶା ପାଇଁ ଆମ ଓଡିଶା ପାର୍ଟି ପକ୍ଷରୁ ସଂକଳ୍ପ ଯାତ୍ରା

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମା, ମାଟି,ମାତୃଭାଷୀ, ନିଶାମୁକ୍ତ ଓଡିଶା ପାଇଁ ଏବେ ଆବଶ୍ୟକ ଏକ ବିକଳ୍ପ । ବିକଳ୍ପ ପାଇଁ ସଂକଳ୍ପ ଯାତ୍ରା । ଆମ ଓଡିଶା ପାର୍ଟିପକ୍ଷରୁ ଏହି ସଂକଳ୍ପ ଯାତ୍ରା ଖଣ୍ଡପଡାରୁ ଆରମ୍ଭ ହୋଇ କଂଟିଲୋ ନୀଳମାଧବ ଯାଏଁ ଯିବ ।

ଦୀର୍ଘ ୧୬ ବର୍ଷର ବିଜେଡି ଶାସନ କିପରି ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଛି । ଅନ୍ୟପଟେ ଏକଛତ୍ରବାଦୀ ଶାସନ ଚାଲିଥିବା ଏହି ସରକାରର ବିକଳ୍ପ ଆଣିବା ଆବଶ୍ୟକ ଥିବା ବାର୍ତାଟି ଲୋକଙ୍କ ପାଖରେ ପହଂଚାଇବା ଆମ ଓଡିଶା ପାର୍ଟିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି ।